PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସୋଆ କୃଷି କଲେଜରେ ଏନ୍‌ଏସ୍‌ଏସ୍‌ର ଆଇସେକ ଆଲୋଚନାଚକ୍ର

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି କଲେଜରେ ଆଇସେକ୍‌ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ମୁଖ୍ୟ ଆଲୋଚକ କୌଶିକ ଯୋଗ ଦେଇ କହିଲେ, ଯୁବ ନେତୃତ୍ୱ ଆନ୍ଦୋଳନର ଆରମ୍ଭ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଫ୍ରାନ୍ସରେ ଆରମ୍ଭ ହୋଇଥିଲା । ଏହା ଅନ୍ତର୍ଗତ ସନ୍ତୁଳିତ ବିକାଶର ବିଶ୍ୱବ୍ୟାପୀ ଲକ୍ଷ୍ୟ ସଂଯୁକ୍ତ ରାଷ୍ଟ୍ର ଖସଡ଼ାର ଏକ ପ୍ରମୁଖ ଅଂଶ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ଟି ରାଷ୍ଟ୍ରରେ ଆନ୍ତର୍ଜାତିକ ଇଣ୍ଟର୍ଣ୍ଣସିପ୍‌ ପ୍ରଶିକ୍ଷଣର ସୁଯୋଗ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଡିନ୍‌ ପ୍ରଫେସର ବିଜୟ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ପରିଚୟ ଦେଇଥିଲେ । ଏଭଳି ଆଲୋଚନାଚକ୍ର ପ୍ରତ୍ୟେକ କ୍ୟାମ୍ପସ୍‌ରେ ହେବ ବୋଲି ସେ ସୂଚନା ଦେଇଥିଲେ । ଏହା ସହ ଆଲୋଚନାଚକ୍ରରେ ଭାଗ ନେଇ ଛାତ୍ରଛାତ୍ରୀ ୪୫ ଦିନର ଇଣ୍ଟର୍ଣ୍ଣସିପ୍‌ ବିଦେଶରେ କମ୍‌ ଖର୍ଚ୍ଚରେ କରିପାରିବେ ବୋଲି ଡ. ଶର୍ମା କହିଥିଲେ । ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ପ୍ର ରାଓ, ତେଜସ୍ୱିନୀ, ପ୍ରୋଗ୍ରାମ ଅଫିସର ଡ. ଚକ୍ରଧର ପାତ୍ର । ସେମିନାର ଟିମ୍‌ରେ ଥିଲେ ସ୍ନେହାଶିଷ ଓ ମୋହନା ।

ସମ୍ବନ୍ଧିତ ଖବର