ଘୁଞ୍ଚିଲା ‘NTA’ର ପରୀକ୍ଷା ଆବେଦନ ଶେଷ ଦିବସ

ଭୁବନେଶ୍ୱର, ୧/୦୬: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନ୍‌ଟିଏ) ପରିଚାଳିତ ୫ଟି ପରୀକ୍ଷା ପାଇଁ ଆବେଦନର ଶେଷ ଦିବସକୁ ଘୁଞ୍ଚାଇ ଦିଆଯାଇଛି । ସମସ୍ତ ପରୀକ୍ଷାର ଶେଷ ଦିବସକୁ ଚଳିତ ମାସ ୩୧ ତାରିଖରୁ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । କରୋନା ଲକ୍‌ଡାଉନ୍‌ ଯୋଗୁ ବହୁ ଛାତ୍ରଛାତ୍ରୀ ଆବେଦନ କରିପାରିନାହାନ୍ତି । ତେଣୁ ଆବେଦନ ଶେଷ ଦିବସ ବଢ଼ାଇବା ପାଇଁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନ୍‌ଟିଏ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ବହୁ ସଂଖ୍ୟକ ଅନୁରୋଧ ପାଇବା ପରେ ଆବେଦନର ଦିବସ ଘୁଞ୍ଚାଇ ଦିଆଯାଇଛି ବୋଲି ଏନ୍‌ଟିଏ ମହାନିର୍ଦ୍ଦେଶକ ଡ. ବିନୀତ ଯୋଶୀ କହିଛନ୍ତି ।

ଏନ୍‌ଟିଏ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନ୍ୟୁ)ର ପିଏଚିଡି ଓ ଓପନମେଟ୍‌(ଏବିଏ) ପ୍ରବେଶିକା ପରୀକ୍ଷା ଆବେଦନର ଶେଷ ଦିବସକୁ ଚଳିତ ମାସ ୩୧ ତାରିଖରୁ ଜୁନ୍‌ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ଭାରତୀୟ କୃଷି ଗବେଷଣା ପରିଷଦ ବା ଆଇସିଏଆର୍‌-୨୦୨୦, ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ଜେଏନୟୁଇଇ)-୨୦୨୦, ୟୁଜିସି ନ୍ୟାସନାଲ୍‌ ଏଲିଜିବିଲିଟି ଟେଷ୍ଟ୍‌(ୟୁଜିସି-ନେଟ୍‌) ଓ ଯୁଗ୍ମ ସିଏସଆଇଆର-ୟୁଜିସି ନେଟ୍‌-ଜୁନ୍‌ ୨୦୨୦ ପାଇଁ ଆବେଦନର ଶେଷ ଦିବସକୁ ମଧ୍ୟ ଜୁନ୍‌ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ଅନଲାଇନରେ ଫର୍ମ ଆବେଦନ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯାଇପାରିବ । ମାତ୍ର ଅନଲାଇନରେ ଫି’ ଦାଖଲ ରାତି ୧୧ଟା୫୦ ପର୍ଯ୍ୟନ୍ତ କରିହେବ । କ୍ରେଡିଟ୍‌/ଡେବିଟ୍‌ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌/ୟୁପିଆଇ ଓ ପେଟିଏମ୍‌ ଜରିଆରେ ଆବଶ୍ୟକ ଫି’ ଦାଖଲ କରିହେବ । ପରୀକ୍ଷାର ପରିବର୍ତ୍ତିତ ତାରିଖ ଓ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ ବାବଦରେ www.nta.ac.in ରେ ସୂଚନା ଦିଆଯିବ ବୋଲି ଡ. ଯୋଶୀ କହିଛନ୍ତି ।

   ସମ୍ବନ୍ଧିତ ଖବର


କରୋନାରେ ମାସ୍କ ପିନ୍ଧୁନଥିବା ବ୍ୟକ୍ତି ଖୁବଶୀଘ୍ର ଦେଖନ୍ତୁ ଏହି ଭିଡିଓ, ଆପଣଙ୍କୁ ଶିଖିବାକୁ ଅଛି ବହୁତ୍ କିଛି …

ଚୀନରୁ ଆସୁଛି ହଳଦିଆ ଧୂଆଁ: ଭୟରେ ଉତ୍ତର କୋରିଆର ଲୋକ, ଝରକା ଖୋଲିବାକୁ ମନା

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍