ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ସୋନିପତ,୨।୭: ହରିୟାଣାର ସୋନିପତରେ ଦୁଇ ପୋଲିସକର୍ମୀଙ୍କ ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ସଂଘର୍ଷ ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ଜଣେ ପୋଲିସ କର୍ମୀଙ୍କ ହାତରେ ଅଭିଯୁକ୍ତଙ୍କ କାରର ନମ୍ବର ଲେଖାଯାଇଥିବାର ମିଳିଥିଲା, ଯାହାଫଳରେ ଏହି ହତ୍ୟାକାଣ୍ଡର ଖୁଲାସା ଶୀଘ୍ର ହୋଇପାରିଥିଲା।

ସୋନିପତରେ ଦୁଇ ପୋଲିସକର୍ମୀଙ୍କ ହତ୍ୟା ମାମଲାରେ ମଙ୍ଗଳବାର ଏସପି ଜଶନଦୀପ ସିଂ ରାନ୍ଧଓ୍ବା ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ପୁରା ମାମଲାର ସୂଚନା ଦେଇଛନ୍ତି। ଏସପି ଯଶ୍ରଦ୍ବୀପ ସିଂ ରାନ୍ଧଓ୍ବା କହିଛନ୍ତି, ଏଭଳି ଘଟଣା ପଛରେ ୬ ଜଣ ଅଭିଯୁକ୍ତ ରହିଛନ୍ତି। ତାଙ୍କ ଭିତରେ ଅମିତ ନାମକ ଜଣେ ଦୁର୍ବୃତ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ସେଭଳି ସନ୍ଦୀପ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ବିକାଶ ନାମକ ଏହି ବ୍ୟକ୍ତି ଜିନ୍ଦରେ ସଂଘର୍ଷ ପରେ ଫେରାର ହୋଇଯାଇଥିଲା।  

ଏସପିଙ୍କ କହିବା ଅନୁସାରେ, ଦୁଇ ପୋଲିସ ଖୁବ୍ ବିଶ୍ବସ୍ତ ଭାବରେ ଡ୍ୟୁଟି କରିଛନ୍ତି। ସେଭଳି ହତ୍ୟା ପରେ ସକାଳ ପର୍ଯ୍ୟନ୍ତ ତାଙ୍କର ମୃତ ଦେହ ପଡିବା ପରେ ମଧ୍ୟ ଫାଣ୍ଡି ଓ ଥାନାର ପୋଲିସଙ୍କୁ ଧ୍ୟାନ ନଦେବା ମାମଲାରେ କୌଣସି ପ୍ରକାର ଅବହେଳା ହୋଇଥିଲେ  ତା’ର ଯାଞ୍ଚ କରାଯିବ।

ଏସପି ଆହୁରି କହିଛନ୍ତି ଯେ, ଯେତେବେଳେ ସିପାହୀ ରବିନ୍ଦ୍ର ଓ ଏସପିଓ କ୍ୟାପଟେନ୍ ଗସ୍ତ କରିବା ହରିୟାଲି ସେଣ୍ଟରରେ ପହଁଞ୍ଚିଥିଲେ। ସେଠାରେ ଥିବା ଗାଡିକୁ ଦେଖି ସିପାହୀ ନିଜ ହାତରେ ତାଙ୍କର ନମ୍ବର ଲେଖି ଦେଇଥିଲେ। ତାହା ଏଥିପାଇଁ କରାଯାଇଥିଲା, ଯାହାଦ୍ବାରା ସେଥିରେ ଅପରାଧୀ ହେବାପରେ ସେ ଯଦି ପଳାଏ ତେବେ ଗାଡି ନମ୍ବର ଆଧାରରେ ଧରି ହେବ, କିନ୍ତୁ ସେ ଅଭିଯୁକ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲା।  ସେତେବେଳେ ବି ବାଡିର ସାହାରା ନେଇ ସିପାହରୀ ଓ ଏସପିଓ ଧାରୁଆ ହତିଆର ନେଇ ଆସିଥିବା ଅଭିଯୁକ୍ତଙ୍କ ସହିତ ଖୁବ୍ ଅଧିକ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ସିପାହୀଙ୍କ ହାତରେ ଲେଖା ହୋଇଥିବା ଗାଡି ନମ୍ବର ଘଟଣାର ଖୁଲାସା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସେହି ଗାଡିକୁ ଟ୍ରେସ୍ କରାଯିବା ପରେ ଜିନ୍ଦର ଗୁରମିତ୍ ନାମରେ ବାହାରିଥିଲା। ପଚରାଉଚରା ପରେ ଜଣାପଡିଥିଲା ସେ ଗାଡି ସନ୍ଦୀପକୁ ବିକ୍ରି କରାଯାଇଥିଲା। ଏହାପରେ ସନ୍ଦୀପର ସନ୍ଧାନ କରାଯାଇଥିଲା ଓ ସର୍ଭିଲାନ୍ସ ସାହାରାରେ ତାକୁ ଗିରଫ କରାଯାଇଥିଲା। ପୋଲିସ ପୁରା ଘଟଣା କହିବା ସହ ଅମିତ୍ ଓ ବିକାଶକୁ ଧରିବା ପରେ ପୋଲିସ ଉପରେ ଆକ୍ରମଣ ସମୟରେ ଅମିତକୁ ଗୁଳି ମାଡ ହୋଇଥିଲା ଓ ତା’ର ମୃତ୍ୟୁ ହୋଇଥିଲା।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ସେଣ୍ଟ୍ରାଲ ଜେଲର ୩ ଅଧିକାରୀ ଓ ୫୦ କଏଦୀ କରୋନା ପଜିଟିଭ, ଭୟଙ୍କର ରୂପ ନେଉଛି ମହାମାରୀ

ଯୋଗୀଙ୍କ ମନ୍ତ୍ରୀ ଚେତନ ଚୌହାନଙ୍କ ସ୍ଥିତି ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି