ବିହାରରେ ବଢୁଛି ଏଚଆଇଭି ପଜିଟିଭଙ୍କ ସଂଖ୍ୟା, ପ୍ରତିଦିନ ଆସୁଛନ୍ତି ୧୦-୧୫ ନୂଆ ରୋଗୀ

ପାଟଣା ୧/୧୨: ଏଚଆଇଭି ଏଡ୍ସ(AIDS) କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ସଚେତନତା ଅଭିଯାନ ଚଲାଇଲେ ମଧ୍ୟ  ବିହାରରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଲଗାତର  ବୃଦ୍ଧି ପାଉଛି । ରାଜ୍ୟରେ ପଞ୍ଜୀକୃତ ଏଡ୍ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୯୫,୩୨୫ ରେ ପହଞ୍ଚିଲାଣି । ରୋଗୀଙ୍କ ସଂଖ୍ୟାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏଆରଟି ସେଣ୍ଟର ଖୋଲାଯାଇଛି । ଖାଲି ସେତିକି ନୁହେଁ, ଏଡ୍ସ ରୋଗୀଙ୍କ ପାଇଁ ‘ଆଶା କି କିରଣ’ ନାମକ ଏକ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶ ଠାରୁ ଅଧିକ ରୋଗୀ
ବିହାରରେ ଏଡ୍ସ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ୨୦ ଏଆରଟି ସେଣ୍ଟର ମାଗଣାରେ ଏଆରଭି ମେଡିସିନ୍ ମଧ୍ୟ ଉପଲବ୍ଧ କରାଉଛନ୍ତି । ଏଆରଟି ସେଣ୍ଟରରେ ରାଜ୍ୟ ସରକାର ବାର୍ଷିକ ୩୮ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶର ତୁଳନାରେ ବିହାରରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ  । ବେସରକାରୀ ଆକଳନ ଅନୁସାରେ ରାଜ୍ୟରେ ପ୍ରାୟ ୧୧ ଲକ୍ଷ ୨୭ ହଜାର ଲୋକ ଏଚଆଇଭି ସହିତ ଲଢୁଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏଡ୍ସ ରୋଗୀଙ୍କ ପାଇଁ ‘ଆଶା କି କିରଣ’ ଯୋଜନାରେ ମାସିକ ୧୫୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି । ଏଥିରେ ୨୧,୯୦୦ ହିତାଧିକାରୀ ଉପକୃତ ହୋଇସାରିଛନ୍ତି ।

୧୮ ବର୍ଷରୁ ଅଧିକ ବୟସର ରୋଗୀଙ୍କ ସଂଖ୍ୟା ଅଧିକ
ଆଳନ ଅନୁସାରେ ବିହାରରେ ସମୁଦାୟ ୫୭,୮୧୫ ଏଚଆଇଭି ସଂକ୍ରମିତ ରୋଗୀ ଏଆରଭି ମେଡିସିନ୍ ସେବନ କରୁଛନ୍ତି । ଏଥିରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୫୩ ହଜାର ୬୬୭ । ରାଜ୍ୟରେ ଅନେକ ସ୍ଥାନରେ ରୋଗୀଙ୍କ ପାଇଁ କାଉନସିଲିଂ ସେଣ୍ଟର ମଧ୍ୟ ଖୋଲାଯାଇଛି ।

ପ୍ରତିଦିନ ଆସୁଛନ୍ତି ରୋଗୀ
ରାଜ୍ୟ ସରକାର ଗମ୍ଭୀର ଭାବେ ପୀଡିତ ଏଡ୍ସ ରୋଗୀଙ୍କ ପାଇଁ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲରେ ବିଶେଷ ବ୍ୟବସ୍ଥା କରାଇଛନ୍ତି । ଏଠାରେ ପ୍ରତିଦିନ ୧୦ରୁ ୧୫ ରୋଗୀ ଭର୍ତ୍ତି ହେଉଛନ୍ତି । ଏଠାରେ ମାଗଣାରେ ଚିକିତ୍ସା ହେବା ସହ ମାଗଣାରେ ଔଷଧ ମଧ୍ୟ ଦିଆଯାଉଛି ଏବଂ ଏଡ୍ସ ନେଇ ସଚେତନ ମଧ୍ୟ କରାଯାଉଛି ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା