PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର କେବେ ନଥାଏ ଧନ- ସମ୍ପତ୍ତିର ଅଭାବ, ହୋଇଥାନ୍ତି ଖୁବ୍ ଭାଗ୍ୟଶାଳୀ

ଅଙ୍କ ଜ୍ୟୋତିଷରେ ବ୍ୟକ୍ତିଙ୍କର ଜନ୍ମ ତାରିଖ ଦ୍ବାରା ଭବିଷ୍ୟତର ଆକଳନ କରିହେବ। ଏଥିପାଇଁ ଅଙ୍କ ଜ୍ୟୋତିଷ ଶାସ୍ତ୍ରର ରହିଛି ସ୍ବତନ୍ତ୍ର ମହତ୍ବ। କୌଣସି ତାରିଖରେ ଜନ୍ମତି ଲୋକ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି, ସେଭଳି ଅନ୍ୟ କୌଣସି ଦିନ ଜନ୍ମିତ ଲୋକ ଜାତକର ଭାଗ୍ୟରୁ ଧନୀ ହୋଇଥାନ୍ତି। କିଛି ଲୋକ ଶାନ୍ତ ସ୍ବଭାବର ହୋଇଥାନ୍ତି, ସେଭଳି କିଛି ଖୁବ୍ ମେଳାପୀ ସ୍ବଭାବର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ମୂଳାଙ୍କ ୯ ଥିବା ଲୋକଙ୍କ ବ୍ୟକ୍ତିତ୍ବ କିପରି ଥାଏ?

ଅଙ୍କ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କର ଜନ୍ମ କୌଣସି ମାସର ୯,୧୮ କିମ୍ବା ୨୭ ତାରିଖର ହୋଇଥାଏ, ତାଙ୍କର ମୂଳାଙ୍କ ୯ ବୋଲି ମନେକରାଯାଏ। ଏହି ମୂଳାଙ୍କର ଲୋକ ଧନ ସମ୍ପତ୍ତି ମାମଲାରେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଏହା ସହିତ ଏହି ମୂଳାଙ୍କର ଜାତକ ଖୁବ୍ ଫୂର୍ତ୍ତି ଓ ଉତ୍ସାହୀ ସ୍ବଭାବର ହୋଇଥାନ୍ତି। ଏହାଛଡା ସାହାସ ଓ ନିର୍ଭୀକତା ଭଳି ଗୁଣ ମଧ୍ୟ ଏହି ମୂଳାଙ୍କର ଜାତକରେ ଦେଖିବାକୁ ମିଳିଥାଏ। ମୂଳାଙ୍କ ୯ର ଲୋକ ଯେଉଁ କାମକୁ ଥରେ କରିବାକୁ ଇଛା କରନ୍ତି, ତାକୁ ସଫଳ ନିଶ୍ଚିୟ କରିଥାନ୍ତି। ଏମାନଙ୍କୁ ଭାଗ୍ୟ ମଧ୍ୟ ଖୁବ୍ ସହାୟ ହୋଇଥାଏ।

ଅଙ୍କ ଜ୍ୟୋତିଷ ଅନୁସାରେ, ମୂଳାଙ୍କ ୯ର ସ୍ବାମୀ ମଙ୍ଗଳ। ସେଥିପାଇଁ ଏହି ମୂଳାଙ୍କର ଲୋକ ଖୁବ୍ ବାସ୍ତବଦାଦୀ ହୋଇଥାନ୍ତି। ତେବେ ଜୀବନର ପ୍ରଥମ ଭାଗ ତାଙ୍କର ଖୁବ୍ ସଂଘର୍ଷମୟ ହୋଇଥାଏ।  ସମୟ ସହିତ ତାଙ୍କର ସ୍ଥିତି ମଧ୍ୟ ସୁଦୃଢ ହୋଇଯାଇଥାଏ। ଏହି ମୂଳାଙ୍କର ଲୋକ ଅନୁଶାସନରେ ରହି ପ୍ରତିକାମକୁ ସଠିକ ଭାବରେ କରନ୍ତି। ଜୀବନରେ ଆସୁଥିବା ସମସ୍ୟାକୁ ନେଇ ଏମାନେ ଭୟ କରନ୍ତି ନାହିଁ, ବଂର ସାହାସର ସହ ମୁକାବିଲା କରନ୍ତି।

ସମ୍ବନ୍ଧିତ ଖବର