କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପ୍ରତିଷ୍ଠାନର ସମସ୍ତଙ୍କ ନର୍ସଙ୍କ କୋଭିଡ୍‌ ଟେଷ୍ଟ ପାଇଁ ଆନ୍ଦୋଳନ ଦ୍ୱିତୀୟ ଦିନରେ -ରୋଗୀ ସେବା ଜାରି

କଟକ – କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପ୍ରତିଷ୍ଠାନରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଆଶଙ୍କାରେ ନର୍ସମାନେ । ନା ସେମାନେ ଘରକୁ ଫେରିପାରୁଛନ୍ତି ନା ମେଡିକାଲରେ ରହିବାକୁ ଅନୁମତି ଦେଉଛନ୍ତି କର୍ତ୍ତୃପକ୍ଷ । ସେପଟେ ସଂକ୍ରମଣର ଭୟ । ମେଡିକାଲରେ କ୍ବାରାଣ୍ଟାଇନ୍ ବ୍ୟବସ୍ଥା ସହ ସବୁ ନର୍ସଙ୍କର କୋଭିଡ ଟେଷ୍ଟ ଦାବିରେ ଦ୍ବିତୀୟ ଦିନରେ ବି ନର୍ସମାନେ ଆନ୍ଦୋଳନ କରିଛନ୍ତି । …

ଚିନ୍ତାରେ କରୋନା ଯୋଦ୍ଧା । ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏବେ ଆଶଙ୍କାରେ ନର୍ସ ମାନେ । ମେଡିକାଲ ଭିତରେ ନର୍ସମାନଙ୍କ ପାଇଁ କ୍ବାରାଣ୍ଟାଇନ୍ ବ୍ୟବସ୍ଥା ଓ କୋଭିଡ୍ ଟେଷ୍ଟ ଦାବିରେ ଦ୍ବିତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ । ପାଖାପାଖି ଦୁଇ ଶହ ନର୍ସ ନ୍ଦୋଳନ ଚଳାଇଛନ୍ତି । ସେପଟେ ମେଡିକାଲରେ କ୍ବାରାଣ୍ଟାଇନରେ ରହି କାମ କରିବାକୁ ଅନୁମତି ଦେଉନାହାନ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ । ଏପରିକି ପଜିଟିଭ୍ ରୋଗୀଙ୍କ ସମ୍ପର୍କରେ ଆସିଥିବା ନର୍ସମାନଙ୍କର କୋଭିଡ ପରୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶକ ରାଜି ହେଉନଥିବା ଅଭିଯୋଗ ହୋଇଛି । ଏପଟେ ନର୍ସମାନେ ନା ଘରକୁ ଫେରିପାରୁଛନ୍ତି ନା ମେଡିକାଲରେ ରହି କାମ କରିବାକୁ ଅନୁମତି ମିଳୁଛି ।

ଏବେ କର୍କଟ ରୋଗ ପ୍ରତିଷ୍ଠାନର ପ୍ରାୟ ୨୫ ଜଣ ନର୍ସ କ୍ବାରାଣ୍ଟାଇନ୍ ରେ ଅଛନ୍ତି । ଏପର୍ଯ୍ୟନ୍ତ ପ୍ରଭାବିତ ଓ୍ବାର୍ଡକୁ ମଧ୍ୟ ସାନିଟାଇଜ କରାଯାଇନଥିଵା ନର୍ସ ମାନେ ଅଭିଯୋଗ କରିଛନ୍ତି । ସେପଟେ ଚିକିତ୍ସା କରିବାକୁ ଯାଉଥିବା ନର୍ସ ମାନଙ୍କୁ ପ୍ରତିଷ୍ଠାନ ପକ୍ଷରୁ ପର୍ସନାଲ ପ୍ରୋଟେକଟିଭ୍ କିଟ୍ ଦିଆଯାଇଛି । ତେବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିଲେବି ନର୍ସମାନେ ରୋଗୀ ସେବା ଜାରି ରଖିଛନ୍ତି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ

ସଚିନ୍‌ଙ୍କ ବିଷୟରେ ଏହି ବଡ ଖୁଲାସା କଲେ ସୌରଭ ଗାଙ୍ଗୁଲି