PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ନର୍ସଙ୍କୁ ଦୁଷ୍କର୍ମ କରି ଭିଡିଓ ତିଆରି କଲା ଆଇଟି ମ୍ୟାନେଜର,ଏହାପରେ ଭାଇରାଲ କରିବା ଧମକ ଦେଇ କରୁଥିଲା ଏଭଳି…

ନୂଆଦିଲ୍ଲୀ,୨୯।୮: ଗୁରାଗାଓଁର ଏକ ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କର ଭିଡିଓକୁ ଭାଇରାଲ କରିବା ମାମଲାରେ ଜଣେ ଆଇଟି ମ୍ୟାନେଜର ଓ ତାଙ୍କର ବନ୍ଧୁଙ୍କୁ ଗିରଫ କରାଯାଇଛି। ନର୍ସଙ୍କ ଅଭିଯୋଗ ଅନୁସାରେ ସେ ଗର୍ଭବତୀ ହେବା କାରଣୁ ତାଙ୍କର ଗର୍ଭପାତ ମଧ୍ୟ କରିଦେଇଛନ୍ତି। ପୀଡିତା ଏସମ୍ପର୍କରେ ଦିଲ୍ଲୀ ମଣ୍ଡାଭଲି ଥାନାରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ଆସିଥିବା ଜିରୋ ଏଫଆଇଆର ଉପରେ ମଙ୍ଗଳବାର ମହିଳା ଥାନା ସେକ୍ଟର-୫୧ରେ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।

ରୋହତକର ମୂଳବାସିନ୍ଦା ଏହି ନର୍ସ ଜଣକ ଅଭିଯୋଗ କରିଛନ୍ତି, ଏକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାମ କରନ୍ତି। ୨୦୧୮ରୁ ସେ ରୋହତକରୁ ଗୁରଗାଓଁ ପ୍ରତିଦିନ ଯିବା ଆସିବା କରିଥାନ୍ତି। ଯିବା ଆସିବା ପାଇଁ କାରପୁଲ(ଯିବା ଆସିବା ପାଇଁ କୌଣସି ଏକ କାରକୁ ଏକାଧିକ ବ୍ୟକ୍ତି ଭଡାରେ ନେଇ ଯାତ୍ରା କରିବା) ର ସାହାରା ନେଉଥିଲେ।

ଏହି ସମୟରେ ତାଙ୍କର ପରିଚୟ କାରପୁଲ କରୁଥିବା ଏକ କମ୍ପାନୀର ଆଇଟି ମ୍ୟାନେଜର ହରିଶ ସେନି ସହିତ ହୋଇଥିଲା। କାରପୁଲ ପାଇଁ ଦୁହିଁଙ୍କ ଭିତରେ ଏକ ପ୍ରକାର ବନ୍ଧୁତ୍ବ ମଧ୍ୟ ହୋଇଯାଇଥିଲା। କିନ୍ତୁ ଦିନେ ସେ ରୋହତକରୁ ଗୁରଗାଓଁ ଆସୁଥିଲେ। ଏହି ସମୟରେ ହରିଶ ବିମାନବନ୍ଦର ଯିବା ପାଇଁ ବାହାରିଥିଲା। କିନ୍ତୁ ସେ ନିଜ ଗାଡିରେ ଗୁରଗାଓଁ ଆଣିଥଲେ ଓ ପୀଡିତାଙ୍କୁ ଗୁରଗାଓଁରେ ଛାଡିବାର କିଛି ସମୟପରେ ପୀଡିତାଙ୍କ ଘରକୁ ଆସି ମାରପିଟ୍ କରିବ ସହ ଦୁଷ୍କର୍ମ କରିଥିଲା। ଏହି ସମୟରେ ହରିଶ ପୀଡିତାଙ୍କ ଦୁଷ୍କର୍ମ ଭିଡିଓ ମଧ୍ୟ ରେକର୍ଡ କରିଥିଲା।

ଏହାପରେ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେବା ଆରମ୍ଭ କରିଦେଇଥିଲା। କେବଳ ସେତିକି ନୁହେଁ ଏହାର ଫାଇଦା ଉଠାଇ ହରିଶ ପୀଡିତାଙ୍କୁ ଦିନେ ତା’ର ଘରକୁ ନେଇ ସେଠାରେ ତା’ର ଆଉ ଜଣେ ସାଙ୍ଗ ଜସାଭେନ୍ଦ୍ର ସହ ମିଶି ପୁଣିଥରେ ଦୁଷ୍କର୍ମ କରିଥିଲା। ଏହାପରେ ଧମକ ଦେଇ ଆଗ୍ରା, ରାଜସ୍ଥାନ ଓ ଦିଲ୍ଲୀ ନେଇଯାଇଥିଲା। ଏହି ସମୟରେ ପୀଡିତା ଗର୍ଭବତୀ ହୋଇଯାଇଥିବାରୁ ଅଭିଯୁକ୍ତମାନେ ତାଙ୍କୁ ମାରପିଟ୍ କରିବା ସହ ଗର୍ଭପାତ କରିଥିଲେ।

ନର୍ସ ଜଣକ ଅଭିଯୋଗ କରିଛନ୍ତି ଯେ, ହରିଶ ତାଙ୍କୁ ବାହା ହେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲା। କିନ୍ତୁ ପରେ ସେ ପୂର୍ବରୁ ବିବାହିତ ବୋଲି ଜାଣିବାକୁ ପାଇଥିଲେ। ହରିଶ ତାଙ୍କ ଦ୍ବାରା ଦେହବେପାର କରିବାକୁ ଚେଷ୍ଟା କରୁଥିଲା। ଅଭିଯୁକ୍ତ ତାଙ୍କୁ ଗୁରଗାଓଁର ଏକ ଘରେ ରଖି ହାତ-ଗୋଡ ବାନ୍ଧିବା ସହିତ ମାରପିଟ କରୁଥିଲା।  ଅଭିଯୁକ୍ତ ତାଙ୍କୁ ରାଜସ୍ଥାନର କୋଟା ନେଇକିଯିବା ପରେ ନିଜର ଅଧିକାରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ବିରୋଧ କରିବାକୁ ପ୍ରବଳ ମାଡ ମାରିବା ପରେ ଗୁରଗାଓଁ ନେଇକି ଚାଲିଆସିଥିଲା।

ଏହାପରେ ପୀଡିତା ଗୁରଗାଓଁ ଛାଡି ଦିଲ୍ଲୀ ଚାଲିଆସିଥିଲେ। ତେବେ ହରିଶ ମଧ୍ୟ ଦିଲ୍ଳୀରେ ପୀଡିତାଙ୍କ ସନ୍ଧାନ ପାଇଁ ତାଙ୍କୁ ଦେହବେପାର କରିବାକୁ ଚାପ ଦେଇଥିଲା। ତେଣୁ ପୀଡିତା ଜଣକ ଗତ ୧୬ ତାରିଖ​‌ରେ ପୋଲିସ ସହିତ ଉପରାଜ୍ୟପାଳଙ୍କ ନିକଟରେ ଏନେଇ ଏକ ଅଭିଯୋଗ ଦେଇଥିଲେ। ଦିଲ୍ଲୀ ​ ପୋଲିସ ଏହି ଅଭିଯୋଗକୁ ଗୁରଗାଓଁ ପଠାଇ ଦେଇଥିଲା। ଗୁରଗାଓଁ ପୋଲିସ ପକ୍ଷରୁ କୁହାଯାଇଛି ମାମଲା ରୁଜୁ ହୋଇସାରିଛି, ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର