ଆମେରିକାର ନର୍ସଙ୍କ ବିସ୍ଫୋରକ ବୟାନ: କରୋନା ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ହତ୍ୟା କରାଯାଉଛି

ନ୍ୟୁୟର୍କ,୨୯।୪: ସାରା ବିଶ୍ବରେ କରୋନା ମହାମାରୀର ତାଣ୍ଡବଲୀଳା ଜାରି ରହିଛି। କରୋନା ଦ୍ବାରା ବିଶ୍ବରେ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ଆମେରିକା। ଏକାକୀ ଆମେରିକାର ନ୍ୟୁୟର୍କରେ ୧୨୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଛି। ତେବେ ଏମ୍ପାୟର ଷ୍ଟେଟର ଅନ୍ୟ ଭାଗରେ ୪,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି। କିନ୍ତୁ ନ୍ୟୁୟର୍କର ଏକ ହସ୍ପିଟାଲରେ କୋଭିଡ୍-୧୯ର ଫ୍ରଣ୍ଟାଲାଇନ୍ ସ୍ବାସ୍ଥ୍ୟ ଭାବରେ କାର୍ଯ୍ୟ କରୁଥିବା ଜଣେ ନର୍ସ ଦେଇଛନ୍ତି ବିସ୍ଫୋରକ ବୟାନ। ତାଙ୍କଠାରୁ ଏହି କଥା​‌ ଶୁଣିବା ପରେ ଛାତି ଥରିଯିବ।

ନର୍ସଙ୍କ କହିବା ଅନୁସାରେ, ଅଧିକାଂଶ କୋଭିଡ୍-୧୯ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ତାଙ୍କର ଚିକିତ୍ସା​‌ କରାଯାଉନି ବଂର ତାଙ୍କର ହତ୍ୟା କରାଯାଉଛି। ନ୍ୟୁୟର୍କର ହସ୍ପିଟାଲରେ ଯାହା ଘଟୁଛି ତାହା ସବୁ ସେ ନିଜର ଜଣେ ସାଙ୍ଗ ସାରା ଏନପିଙ୍କ ସହଯୋଗରେ ନିଜର କଥାକୁ ୟୁଟ୍ୟୁବରେ ସେୟାର କରିଛନ୍ତି।  ସାରା ଏନପି ମଧ୍ୟ ନିଜେ ଜଣେ ନର୍ସ, କିନ୍ତୁ ସେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା କରୁନାହାନ୍ତି। ରୋଗୀଙ୍କ ହତ୍ୟା କରାଯାଉଛି ବୋଲି ନ୍ୟୁୟର୍କର ନର୍ସ ସାରା ଏମପି  ଭିଡିଓର ଆରମ୍ଭରୁ କହିଛନ୍ତି।

ସାରା କହିଛନ୍ତି, କରୋନା ରୋଗୀଙ୍କୁ ନ୍ୟୁୟର୍କରେ କିଭଳି ଚିକିତ୍ସା ଚାଲିଛି ସେ ବିଷୟରେ ଜଣାଇବା ପାଇଁ ମୁଁ ମୋ ବନ୍ଧୁଙ୍କ କଥାକୁ ଏଥିରେ ଜଣାଉଛି। ମୋର ବନ୍ଧୁ ଚାହୁଁଛନ୍ତି ଏକଥା ସାରା ବିଶ୍ବ ଜାଣୁ। ରୋଗୀଙ୍କୁ ଚିକିତ୍ସା କରିବାକୁ ଦିଆନଯାଇ ତାଙ୍କୁ ମରିବାକୁ ଛାଡି ଦିଆଯାଉଛି। ଏହାକୁ ସେ ଲୋକଙ୍କର ହତ୍ୟା ବୋଲି ମଧ୍ୟ କହିଛନ୍ତି। ନିଜ ବନ୍ଧୁଙ୍କ ସୁରକ୍ଷା ପାଇଁ ସାରା ତାଙ୍କର ନାମ ଓ ଯେଉଁ ହସ୍ପିଟାଲରେ କାମ କରୁଛନ୍ତି ତାହାର ନାମ ଗୁପ୍ତ ରଖିଛନ୍ତି।

ସାରାଙ୍କ କହିବା ଅନୁସାରେ, କୋଭିଡ୍-୧୯ ରୋଗୀଙ୍କୁ ସିଧା ଭେଣ୍ଟିଲେଟରରେ ରଖି ଦେଉଛନ୍ତି, କାରଣ CPAP କିମ୍ବା BiPAP ଭଳି ହାଲକା ମେସିନରେ ତାଙ୍କୁ ଭାଇରସ୍ ସଂକ୍ରମଣ ହେବାର ଭୟ ରହିଛି। ତେଣୁ ସଧାସଳଖ ତାଙ୍କୁ ଭେଣ୍ଟିଲେଟରରେ ରଖିଦିଆଯାଉଛି। ଭେଣ୍ଟିଲେଟରରେ ଅଧିକ  ପ୍ରେସର ରହିଥାଏ, ଯାହା କାରଣରୁ ବାରୋଟ୍ରାମା ସୃଷ୍ଟି ହୋଇଥାଏ, ଏହା ଫୁସଫୁସକୁ କ୍ଷତି କରିଥାଏ… ଯଦି ଆପଣ ଥରେ ଏ ବିଷୟରେ ହଞ ଭରିଦିଅନ୍ତି ତେବେ ବାହାରିକି ଆସିବା ଖୁବ୍ କଷ୍ଟକର।’

ସାରାଙ୍କ କହିବା ଅନୁସାରେ, ଯେତେବେଳେ ଲୋକମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି, ତାଙ୍କୁ କୃତ୍ରିମ ନିଶ୍ବାସ ଦେଇ ବଞ୍ଚାଇବାର ଚେଷ୍ଟା କରାଯାଏ ନାହିଁ, କାରଣ ଭାଇରସ୍ କାଳେ ବ୍ୟାପିଯିବ ବୋଲି ଚିକିତ୍ସକମାନେ ଭାବୁଛନ୍ତି। ଏହାଛଡା ହସ୍ପିଟାଲରେ ନର୍ସଙ୍କ ବ୍ୟବହାର ଓ ଅନ୍ୟ ସବୁଥିରେ ଅବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାରା।

   ସମ୍ବନ୍ଧିତ ଖବର


ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…