ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ହସ୍ପିଟାଲରୁ ପ୍ରେମ, ହୋଟେଲରେ ଝଗଡା: "ଯେତେ ଝଡଝଞ୍ଜା ଆସିଲେ ବି ମୋ ହାତ ଛାଡିବନି" କହି ଠକିଦେଲେ, ଶାରିରୀକ ସମ୍ପର୍କ ରଖି ଛାଡିଦେଲେ

ଚନ୍ଦ୍ରଶେଖରପୁର,୧୫/୦୬: ମଥା ଛୁଇଁ କଥା ଦିଅ । ତମେ କେବଳ ମୋର । ଯେତେ ଝଡଝଞ୍ଜା ଆସିଲେ ବି ମୋ ହାତ ଛାଡିବନି । ଆମେ ଦୁହେଁ ମିଶି ଜୀବନ ସାଥୀ ହୋଇ ରହିବା । ପ୍ରେମ ଆଗରେ ବୟସ କେବଳ ଗୋଟିଏ ସଂଖ୍ୟା । ଏପରି କିଛି ମିଠାମିଠା କଥା କହି ଜଣେ ନର୍ସଙ୍କୁ ପ୍ରେମ ଜାଲରେ ଫସାଇଲା । କଥା ଆଗକୁ ବଢ଼ିବା ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଲା । ପରେ ଯୁବକ ଜଣଙ୍କ ଧୋକା ଦେଲା । ଏଭଳି ଏକ ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ବାଲିଅନ୍ତା ଅଞ୍ଚଳର ଶ୍ରୀଧର (ଛଦ୍ମନାମ) । ପୁଲିସ ତା’ ବିରୋଧରେ ସଙ୍ଗୀନ ଦଫା ଲଗାଇ କୋର୍ଟଚାଲାଣ କରିଛି । ସଂପୃକ୍ତ ନର୍ସଙ୍କ ଘର ଢେଙ୍କାନାଳ ଅଞ୍ଚଳରେ । ସେ ପଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିକ ନର୍ସ ଭାବେ ନିଯୁକ୍ତି ହୋଇଥିଲେ ।

ସୂଚନା ଅନୁଯାୟୀ, ପଟିଆ ଅଞ୍ଚଳରେ ଥିବା ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂପୃକ୍ତ ଯୁବତୀ ପୂଜା (ଛଦ୍ମନାମ) ନର୍ସ ଭାବେ ଚାକିରି କରନ୍ତି । ଏହା କ୍ୟାପିଟାଲ୍‌ ହସ୍ପିଟାଲ ଅଧୀନରେ ଆସୁଥିବା ବେଳେ ପୂଜାଙ୍କ ବେଳେ ବେଳେ ସେଠାରେ ଡ୍ୟୁଟି ପଡିଥାଏ । ପୂର୍ବରୁ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଭାବେ କାମ କରୁଥିବା ଶ୍ରୀଧରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରେ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହସ୍ପିଟାଲରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ଆଗକୁ ବଢ଼ିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶ୍ରୀଧର ପୂଜାଙ୍କୁ ସହରର ବିଭିନ୍ନ ହୋଟେଲରେ ନେଇ ଶାରିରୀକ ସମ୍ପର୍କ ରଖିଥିଲା । କିଛିଦିନ ପରେ ପୂଜା ବାହା ହେବା ପାଇଁ ଜିଦ୍‌ ଧରିବାରୁ ଶ୍ରୀଧର ସଫା ସଫା ମନା କରିଥିଲା । ଦିନ ପରେ ଦିନ ଗଡି ଚାଲିଥିବା ବେଳେ ଶ୍ରୀଧର ଧରାଛୁଆଁ ଦେଇନଥିଲା । ଏପରିକି ବିବାହ ପାଇଁ ଘର ଲୋକେ ପ୍ରସ୍ତାବ ନେଇ ପୁଅ ଘରୁ ଯାଇଥିବା ବେଳେ ସେଠାରେ ପୂଜାର ଘର ଲୋକଙ୍କୁ ଆକ୍ରମଣ କରିବା ସହ ମାରିଦେବା ପାଇଁ ଧମକ ଦେଇଥିଲେ ଶ୍ରୀଧର । ଏନେଇ ପୂଜା ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀଧରକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.