ନାଁର ବନାନ ଅପଡେଟ୍ କଲେ ନୁସ୍‌ରତ, ସଂଯୋଗ କଲେ ‘ଆର୍‌’, ‘ଟି’, ‘ ସି’

ମୁମ୍ବାଇ ୩୦/୦୬: ‘ଆକାଶବାଣୀ’, ‘ସୋନୁ କେ ଟିଟୁ କି ସ୍ୱିଟି’, ‘ଡ୍ରିମ୍‌ଗର୍ଲ’ ଭଳି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୁସ୍‌ରତ ଭରୁଚା । ନିକଟରେ ଏହି ଅଭିନେତ୍ରୀ ଜଣକ ତାଙ୍କ ନାମର ଇଂରାଜୀ ବନାନକୁ ବଦଳାଇ ଦେଇଛନ୍ତି । ସେଥିରେ ସେ ଅତିରିକ୍ତ ‘ଆର୍‌’, ‘ଟି’, ‘ ସି’ ସଂଯୋଗ କରିଛନ୍ତି । ତେବେ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସେ ଏହା କରିଛନ୍ତି ତାହା ଜଣାପଡ଼ିନାହିଁ ।

ଗତ ସପ୍ତାହରେ ନୁସ୍‌ରତ ଅଚାନକ ଟ୍ୱିଟର୍‌ରୁ ଉଭାନ ହୋଇଯାଇଥିଲେ । ଏବେ ତାଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ପୁଣି ଦେଖିବାକୁ ମିଳୁଛି । ସେଥିରେ ସେ ନିଜର ନୂଆ ନାଁକୁ ଅପ୍‌ଡେଟ କରିଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ନୁସ୍‌ରତଙ୍କୁ ଆଗକୁ ‘ଛଲାଙ୍ଗ’, ‘ହୁଡ୍‌ଦଙ୍ଗ’ରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା