OAS‌ ସ୍ତରରେ ଅଦଳବଦଳ: ବଦଳିଲେ ୧୨ ଓଏଏସ୍‌

ଭୁବନେଶ୍ୱର,୨୭/୮: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ଓଏଏସ୍‌ସ୍ତରରେ କିଛି ଅଦଳବଦଳ ହୋଇଛି। ଏ ସମ୍ପର୍କରେ ସରକାର ଗତକାଲି ବିଜ୍ଞପ୍ତି ନମ୍ବର-୨୫୫୩୭ ପ୍ରକାଶ କରିଛନ୍ତି। ତଦନୁଯାୟୀ ବାଲିଗୁଡ଼ାର ତହସିଲଦାର କ୍ଷୀରାବ୍ଧି ତନୟା ସାହୁଙ୍କୁ ଢେଙ୍କାନାଳ ଜିଲ୍ଲାର ଡେପୁଟି କଲେକ୍ଟର ନିଯୁକ୍ତି ଦିଆଯାଇଛି । ଦେବୋତ୍ତର ବିଭାଗରେ ଭୂଅର୍ଜନ ଅଧିକାରୀ ଭାବେ ଅବସ୍ଥାପିତ ପ୍ରଦୀପ କୁମାର ସାହୁଙ୍କୁ ନରସିଂହପୁର ବ୍ଲକ୍‌ର ବିଡିଓ ନିଯୁକ୍ତି ଦିଆଯାଇଛି ।

ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ବାଲିଗୁଡ଼ାର ତହସିଲଦାର, ଚମ୍ପୁଆର ତହସିଲଦାର ଆଲୋକ କୁମାର।ପଟେଲଙ୍କୁ ବଡ଼ବିଲ ତହସିଲଦାର, ଦେଓଗାଁ।ତହସିଲଦାର ସୋନାଲି ପାତ୍ରଙ୍କୁ ମୁରିବାହାଲ ତହସିଲଦାର, ମୁରିବାହାଲ ତହସିଲଦାର।ନାରାୟଣ ସାହୁଙ୍କୁ ଦେଓଗାଁ ତହସିଲଦାର, ଭେଡେନ୍‌ ତହସିଲଦାର ସୀମା ସବିତା କୁଲୁଙ୍କୁ ଝାରବନ୍ଧ ତହସିଲଦାର ଏବଂ ଝାରବନ୍ଧ ତହସିଲଦାର ଅନୀଲ କୁମାର ହୋତାଙ୍କୁ ଭେଡେନ ତହସିଲଦାର ଦାୟିତ୍ୱ ଦିଆଯାଇଛି ।

କଣାସ ତହସିଲଦାର ଉମାକାନ୍ତ ରାଉତ ବଦଳି ହୋଇ ଗଜପତିର ଡେପୁଟି କଲେକ୍ଟର ଦାୟିତ୍ୱ ଗ୍ରହଣ କରିବେ । ପୁରୀ ଜିଲ୍ଲାପାଳଙ୍କ ଦପ୍ତରରେ ଟିଆର୍‌ଓ ଥିବା ଲକ୍ଷ୍ମୀଧର ମହାରଣାଙ୍କୁ କଣାସ ତହସିଲଦାର ଦାୟିତ୍ୱ ଦିଆଯାଇଛି । ଅନୁରୂପ ଭାବେ ପୁରୀ ଜିଲ୍ଲାପାଳଙ୍କ ଦପ୍ତରରେ ଟିଆରଓ ଓ କୃଷ୍ଣପ୍ରସାଦ ତହସିଲରେ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଶାନ୍ତ
କୁମାର ଜେନାଙ୍କୁ ପୁରୀ ଜିଲ୍ଲାପାଳଙ୍କ ଦପ୍ତରରେ ଏଲ୍‌ଏଓ ଦାୟିତ୍ୱ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ