ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ସରକାର

ଭୁବନେଶ୍ୱର,୭/୦୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି ଭାବେ ବଦଳି କରାଯାଇଛି । ସେହିପରି ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି ହୋଇଛନ୍ତି। ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଏଡିଏମ୍‌ ଭାବେ ବଦଳି କରାଯିବା ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏହାସହ ତାଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି । ପଦ୍ମନାଭ ବେହେରାଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ଆରଟିଓ ପଦବୀକୁ ବଦଳି ହୋଇଛନ୍ତି। ତେବେ ସମ୍ବଲପୁର ଆରଟିଓ ଲଳିତମୋହନ ବେହେରାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ନିହାର ରଂଜନ କହଁରଙ୍କୁ କନ୍ଧମାଳ ଉପଜିଲ୍ଲାପାଳ, ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏ ପିଡି ଭାବେ ବଦଳି କରାଯାଇଛି । ଅନାମ ଚରଣ ପାତ୍ରଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.