ଓସିଏ ରାଜନୀତିରେ ନୂଆ ମୋଡ଼: ଆଶୀର୍ବାଦଙ୍କୁ ମିଳିବନି ଭୋଟ୍‌ ଅଧିକାର!

କଟକ ୧୭/୯: ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ରାଜନୀତିରେ ନୂଆ ମୋଡ଼ । ରାଇଜିଂଷ୍ଟୁଡେଣ୍ଟ୍‌ କ୍ଲବ୍‌ ତରଫରୁ ନିର୍ବାଚନରେ ଭୋଟର ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ମିଳିବନି ଭୋଟ୍‌ କ୍ଷମତା । ‘କୁଲିଂ ଅଫ୍‌ ପିରିୟଡ୍‌’ ଅଧାରରେ ଆଜି ଏ ନେଇ ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି । ନିଷ୍ପତ୍ତି ମୁତାବକ, ଯେଉଁ ସଦସ୍ୟ ପୂର୍ବରୁ ୯ବର୍ଷ କାର୍ଯ୍ୟକାଳ ଶେଷ କରିଥିବେ ସେମାନଙ୍କୁ ପୁନର୍ବାର ନିର୍ବାଚନରେ ଭାଗ ନେବାକୁ ସୁଯୋଗ ଦିଆଯିବ ନାହିଁ । ଏହି ଆଧାରରେ ବର୍ତ୍ତମାନ ଓସିଏ ଚୂଡାନ୍ତ ଭୋଟର ତାଲିକାରେ ଆଶୀର୍ବାଦ ବେହେରା ବାଦ୍‌ ପଡିବା ସ୍ପଷ୍ଟ ହୋଇଛି । ଆଶୀର୍ବାଦଙ୍କ ସମେତ ଆଉ ବିଶେଷ କେହି ଏଥିରେ ପ୍ରଭାବିତ ହେବାର ଆଶଙ୍କା ନାହିଁ ।

ଆଜି ବିସିସିଆଇ ସିଓଏ କୁଲିଂ ଅଫ୍‌ ପିରିୟଡ୍‌ ନେଇ ଏକ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ୧୦ଟି ଦିଗ ଉପରେ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି । ଶେଷ ପଏଣ୍ଟରେ ୯ବର୍ଷ କୁଲିଂ ପିରିୟଡ୍‌ ସମ୍ପର୍କରେ ସ୍ପଷ୍ଟୋକ୍ତି ଜାରି କରି ବିସିସିଆଇ ସିଓଏ ତରଫରୁ କୁହାଯାଇଛି, ବିସିସିଆଇ କିମ୍ବା ତତ୍‌ଅନୁବନ୍ଧିତ ୟୁନିଟ୍‌ ମାନଙ୍କରେ ୯ ବର୍ଷ କାର୍ଯ୍ୟ କରିସାରିଥିବା ସଦସ୍ୟ ଏବେ ଭୋଟ୍‌ ମଧ୍ୟ ଦେଇପାରିବେ ନାହିଁ । ଏହି ଆଧାରରେ ଆଶୀର୍ବାଦ ବେହେରା ବାଦ୍‌ ପଡୁଥିବା ବେଳେ ଓସିଏ ରାଜନୀତି ରୋଚକ ମୋଡ଼ ନେଇଛି । ଗତକାଲି (୧୫ତାରିଖ) ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି ।

ଆଶୀର୍ବାଦ ରାଇଜିଂଷ୍ଟୁଡେଣ୍ଟ୍‌ କ୍ଲବ୍‌ରୁ ଭୋଟର ଭୂମିକାରେ ଅବତୀର୍ଣ୍ଣ ହେବା ଚୂଡାନ୍ତ ହୋଇଥିଲା । କିନ୍ତୁ ଆଜିର ଗାଇଡ୍‌ଲାଇନ୍‌ ଜାରି ପରେ ଏବେ ନଜରରେ ରହିବ ଓସିଏ ନିର୍ବାଚନ ଅଧିକାରୀଙ୍କ ପଦକ୍ଷେପ । ଆସନ୍ତାକାଲି ଏ ଦିଗରେ ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଯଦି ଆଶୀର୍ବାଦ ବାଦ୍‌ ପଡନ୍ତି ତେବେ ଚୂଡାନ୍ତ ଭୋଟର ତାଲିକାକୁ ପୁଣି ସଂଶୋଧନ କରିବାକୁ ପଡିବ । ଏହାପରେ ରାଇଜିଂଷ୍ଟୁଡେଣ୍ଟ୍‌ କ୍ଲବ୍‌ରୁ ଆଉ କିଏ ପ୍ରତିନିଧିତ୍ୱ କରିବେ ତାହା ଦେଖିବା ବାକି ରହିଲା ।

   ସମ୍ବନ୍ଧିତ ଖବର


ଗୋଲାପୀ ରଙ୍ଗରେ ସଜେଇ ହେଲା ସମ୍ପୂର୍ଣ୍ଣ କୋଲକାତା, ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ ପ୍ରଥମ ପିଙ୍କ ବଲ ଟେଷ୍ଟମ୍ୟାଚ୍

୭୮ ବର୍ଷର ଏହି ଆଥଲେଟ୍ ଗୋଲ୍ଡ ମେଡାଲ୍ ଜିତିବା ପରେ ହେଲା ଏମିତି…

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା