୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ: ୧୫ରେ ଚୂଡ଼ାନ୍ତ ଭୋଟର୍‌ ତାଲିକା

କଟକ ୮/୯ : ବିସିସିଆଇ ଚରମବାଣୀ ଶୁଣାଇବାର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିନେଇଛି । ନିର୍ବାଚନରୁ ବାଦ୍‌ ପଡିବା ଆଶଙ୍କାରେ ବିସିସିଆଇ ତରଫରୁ ଦିଆଯାଇଥିବା ନିର୍ଦ୍ଦାରିତ ସମୟ ବ୍ୟବଧାନରେ ନିର୍ବାଚନ ସାରିବାକୁ ପଦକ୍ଷେପ ନେଇଛି ଓସିଏ । ଯାହାଫଳରେ ଦୀର୍ଘ ଦିନ ଧରି ଲାଗିରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ବାଜିଛି ଓସିଏ ନିର୍ବାଚନ ବିଗୁଲ୍‌ । ନିଷ୍ପତ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୨୭ତାରିଖରେ ରାଜ୍ୟ କ୍ରିକେଟ ସଂଘର ନିର୍ବାଚନ ହେବ ।

ନିର୍ବାଚନ ପ୍ରକ୍ରିୟା ଏକପ୍ରକାର ଆରମ୍ଭ ହୋଇଯାଇଛି ବୋଲି କୁହାଯାଇପାରେ । ଏ ନେଇ ଆଜି ଓସିଏ ଅନୁବନ୍ଧିତ ବିଭିନ୍ନ ୟୁନିଟ୍‌ ମାନଙ୍କୁ ନୋଟିସ୍‌ ପଠାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ତାରିଖ ଅପରାହ୍ନ ୪ଟା ସୁଦ୍ଧା ସେମାନଙ୍କ ଭୋଟର ତାଲିକା ପଠାଇବେ । ପରେ ୧୩ ଓ ୧୪ତାରିଖରେ ଭୋଟର୍‌ ତାଲିକା ପ୍ରସ୍ତୁତ କରାଯିବ । ଯଦି ଭୋଟର ତାଲିକା ନେଇ କିଛି ଅଭିଯୋଗ ଥାଏ ତେବେ ତାର ମଧ୍ୟ ସମାଧାନ ଏହି ଦୁଇ ଦିନ ଭିତରେ ଶେଷ କରାଯିବ ।

୧୫ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ମଝିରେ ୫ଦିନ ବ୍ୟବଧାନ ଛଡାଇ ୨୦ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ପରଦିନ ଅର୍ଥାତ୍‌ ୨୧ତାରିଖରେ ପ୍ରାଥୀ ମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପତ୍ରର ଯାଞ୍ଚ୍‌ କରାଯାଇ ୨୨ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୨ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ପ୍ରାର୍ଥୀ ମାନଙ୍କୁ ସୁଯୋଗ ଦେବା ପରେ ପୁଣି ୫ଦିନର ବରତି ରଖାଯାଇଛି । ଶେଷରେ ୨୭ତାରିଖ ଦିନ ନିର୍ବାଚନ ହେବ । ଏଥିରେ ବିସିସିଆଇ ତରଫରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଶାୟୀଙ୍କ ଭିତରେ ପୁଣି ଆଶା ସଞ୍ଚାର ହୋଇଛି । ନିର୍ବାଚନ ଲଢି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)କୁ ନିର୍ବାଚିତ ହେବାକୁ ସଭିଏଁ ମନ ବାନ୍ଧିଲେଣି ।

ତେବେ ନୂଆ ସମ୍ବିଧାନର ବ୍ୟବସ୍ଥାନୁଯାୟୀ ଓସିଏର କାୟା ବଦଳିବ । ୯ଜଣିଆ କମିଟି ଦାୟିତ୍ୱରେ ରହିବେ । ସେମାନଙ୍କ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ପ୍ଲେୟାସ୍‌ ଆସୋସିଏସନ୍‌ରୁ ଦୁଇଜଣ କମିଟିକୁ ଆସିବେ । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଖେଳାଳି ରହିବେ । ସେହିପରି ଏଜି ର ଜଣେ ଏବଂ କାଉନସିଲ୍‌ରୁ ଜଣେ ପ୍ରତିନିଧି କମିଟିକୁ ମନୋନୀତ ହେବେ । ତେବେ ୫ ପଦବି ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଠାରୁ ଏ ନେଇ କଳ୍ପନା ଜଳ୍ପନା ବୃଦ୍ଧି ପାଇଲାଣି ।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …

ନଭେମ୍ବରରୁ ଭାରତ-ଅଷ୍ଟ୍ରେଲିଆ ସିରିଜ, ସିଡିନୀ କାନବେରାରେ ଲିମିଟେଡ ଓଭର ମ୍ୟାଚ୍ …

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌