ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

କଟକ,୨୭/୧୧: ଗଠନ ହୋଇଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ନୂଆ ସିନିୟର ଚୟନ କମିଟି। କମିଟିରେ ପୂର୍ବତନ କ୍ରିକେଟରଙ୍କୁ ଅଗ୍ରାଧିକାର ଦିଆଯାଇଛି । ପ୍ରଭଞ୍ଜନ ମଲ୍ଲିକ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ସୋମନାଥ ସାହୁ, ରବି ନାରାୟଣ ପଣ୍ଡା, ବିଷ୍ଣୁଦେବ ମହାନ୍ତି, ସୌରଜିତ ମହାପାତ୍ର କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଓସିଏର ନୂଆ ସମ୍ବିଧାନ ଅନୁଯାୟୀ, ପୂର୍ବତନ କ୍ରିକେଟରଙ୍କୁ ସାମିଲ୍‌ କରି ଚୟନ କମିଟି ଗଠନ କରାଯିବାର ବ୍ୟବସ୍ଥା ହୋଇଛି । ଏହି କମିଟି ଗଠନ କରାଯାଇଥିବା ଓସିଏ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ନବଗଠିତ କମିଟି ଏବଂ ଏହାର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।