PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦୁଇ ଡୋଜ୍‌ ଟିକା ନେବା ପରେ ବି କରୋନା ସଂକ୍ରମିତ : ଡାକ୍ତର ୩ଥର ହେଲେ କୋଭିଡ୍‌-୧୯ର ଶିକାର

ndtv

ମୁମ୍ୱାଇ –ମହାରାଷ୍ଟ୍ରର ମହାନଗର ମୁମ୍ୱାଇରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ୨୬ ବର୍ଷିୟା ଜଣେ ଡାକ୍ତରଙ୍କୁ ୧୩ ମାସରେ ୩ଥର କରୋନା ହୋଇଛି । ସେ ଭକ୍‌ସିନ୍‌ର ଦୁଇଟି ଡୋଜ୍‌ ନେବା ପରେ ବି ସଂକ୍ରମିତ ହୋଇଛନ୍ତି। ଏହି ମହିଳା ଡାକ୍ତରଙ୍କର ମାଆ , ବାପା  ଓ ଭାଇ ବି ଦୁଇ ଡୋଜ୍‌ ଭାକ୍‌ସିନ୍‌ ନେବା ପରେ ଜୁଲାଇରେ ପ୍ରଥମ ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି ଏବଂ ପୂରା ପରିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତର ଓ ତାଙ୍କ ଭାଇଙ୍କର ସ୍ୱାବ୍‌ର ଜିନୋମ ଆନାଲିସିସ୍‌ ଚାଲୁଛି। ଏହା ଜାଣିବାକୁ ପରୀକ୍ଷା କରାଯାଉଛି କି ଏହା ଭାଇରସ୍‌ର କୌଣସି ନୂଆ ଷ୍ଟ୍ରେନ୍‌ ନୁହେଁ ତ ? ୨୬ ବର୍ଷିୟା ଡାକ୍ତର ଶ୍ରୁଷ୍ଟି ହାଲାରୀ  ଗତ ୧୧ ମାସରେ ଥରେ କି ୨ଥର ନୁହେଁ ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ଏଥିରେ ବି ଆଶ୍ଚର୍ଯ୍ୟର କଥା ଯେ,  ଭାକ୍‌ସିନ୍‌ର ୨ଡୋଜ୍‌ ନେବା ପରେ ଶ୍ରୁଷ୍ଟି ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି ।

Mumbai Doctor Tests Positive For COVID-19 Twice After Vaccination

ମୁମ୍ୱାଇର ବୀର ସଭରକର ହସ୍ପିଟାଲରେ କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଶ୍ରୁଷ୍ଟି ହାଲାରୀଙ୍କୁ ୧୭ ଜୁନ୍‌ ୨୦୨୦ରେ ପ୍ରଥମ ଥର କରୋନା ହୋଇଥିଲା , ହେଲେ ବହୁତ କମ୍‌ ଲକ୍ଷଣ ଥିଲା। କୋଭିଶିଲ୍‌ଡ ଟିକାର ପ୍ରଥମ ଡୋଜ୍‌ ସେ ୮ ମାର୍ଚ୍ଚରେ ନେଇଥିଲେ ଏବଂ ୨ୟ ଡୋଜ୍‌  ୨୯ ଅପ୍ରେଲ୍‌ରେ । ପୂରା ପରିବାର ସାଥି ହୋଇ ଭାକ୍ସିନେଟ୍‌ ହୋଇଥିଲେ । ହେଲେ ପାଖାପାଖି ଏକ ମାସ ପରେ ୨୯ ମଇରେ ଡାକ୍ତର ଶ୍ରୁଷ୍ଟି  ପୁଣି ଥରେ କରୋନା ପଜିଟିଭ୍‌ ହୋଇଥିଲେ । , ତାଙ୍କ ଠାରେ ଲକ୍ଷଣ ଥିଲା ,ହେଲେ ସେ ଘରେ ରହି ସୁସ୍ଥହୋଇଥିଲେ । ଏହି ମାମଲା ଏହି ଠାରେ ସରି ନଥିଲା । ଦେଢ଼ ମାସ ପରେ ପୁଣି ସେ ୧୧ଜୁଲାଇରେ କରୋନା ସଂକ୍ରମିତ ହେଲେ ।

ସମ୍ବନ୍ଧିତ ଖବର