ରାଜଧାନୀରେ ୪ ନଭେମ୍ବରରୁ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ: ଛାଡ ପାଇବନି ଅନ୍ୟ ରାଜ୍ୟର ଗାଡି,ନିୟମ ଭାଙ୍ଗିଲେ ଦେବେ ଏତେ ଟଙ୍କାର ଜରିମନା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,୪ ନଭେମ୍ବରରୁ ନେଇ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯିବ। ଏଥି​‌ରେ ଅନ୍ୟ ରାଜ୍ୟର ଗାଡି ଏହା ପରିସରରେ ଆସିଥାଏ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଏହି ପରିସରରୁ ବାହାରେ ରହିବେ ଓ ଦୁଇ ଚକିଆ ଗାଡି ଉପରେ ଏହା ଲାଗୁହେବ ନାହିଁ।

ଯୁଗ୍ମ-ଅଯୁଗ୍ମ ଗାଡିରେ ନୂଆ ନିୟମ ଲାଗୁହେବା ପରିସରରେ ରୋଗୀ ଯାଉଥିବା ଗାଡି ଉପରେ ଏହା ଲାଗୁହେବ ନାହିଁ। ଏହି ନିୟମକୁ ଯଦି କେହି ଭଙ୍ଗ କରନ୍ତି ତେବେ ୪ ହଜାର ଟଙ୍କାର ଜରିମନା ଲଗାଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ଯୁଗ୍ମ-ଅଯୁଗ୍ମ ନିୟମ ସକାଳ ୮ଟାରୁ  ନେଇ ରାଜି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। ରବିବାର ଲୋକଙ୍କୁ ଏହି ନିୟମରୁ ମୁକ୍ତ ମିଳିବ। ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ଲାଗୁ ସମୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସିଜେଆଇ(ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି) ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରୀମାନେ, ରାଜ୍ୟସଭା ଓ ଲୋକସଭାର ବିରୋଧୀ ଦଳ ନେତା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଏଥିରୁ ମୁକ୍ତି ମିଳିବ। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀଙ୍କ ଗାଡିକୁ ଏଥିରୁ ମୁକ୍ତି ମିଳିବନି।

   ସମ୍ବନ୍ଧିତ ଖବର


ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ