ହାୱଡ଼ାରେ ଓଡ଼ିଆଙ୍କୁ ରିଲିଫ୍‌ ଦେଲା ଓଡ଼ିଆ ବ୍ୟାଙ୍କର୍ସ କ୍ଲବ୍‌

କୋଲକାତା, ୨୪/୪: କରୋନା ପାଇଁ ପ୍ରଥମ ଲକଡାଉନ୍‌ ବେଳେ ରାଜ୍ୟ ସରକାର ଯେପରି ସକ୍ରିୟ ଭାବେ ରିଲିଫ୍‌ ଯୋଗାଇଥିଲେ ଏବେ ସେ ଅବସ୍ଥା ବଦଳି ଯାଇଛି । ଦ୍ୱିତୀୟ ଦଫା ଲକଡାଉନ ପରଠାରୁ ଖୋଦ୍‌ ଏ ରାଜ୍ୟର ଗ୍ରାମାଞ୍ଚଳରେ ଖାଦ୍ୟ ପାଇଁ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ହାୱଡ଼ା ଜିଲ୍ଲା ଶିଳ୍ପାଞ୍ଚଳ ସୂତାକଳ, ଝୋଟକଳ, ବାସନ ଶିଳ୍ପ ଆଦିରେ ପ୍ରାୟ ଦୁଇରୁ ତିନି ହଜାର ଓଡ଼ିଆ କାର୍ଯ୍ୟ କରୁଛନ୍ତି । ଲକ୍‌ଡାଉନ ପରେ ମାତ୍ର ଥରଟିଏ ସରକାରୀ ସାହାଯ୍ୟ ମିିଳିଥିବା ବେଳେ ଏବେ ସେମାନେ ଭୋକ ଉପାସରେ ରହିଛନ୍ତି । ଏମାନଙ୍କୁ ସହାୟତା କରିବା ପାଇଁ ଆଜି ପ୍ରଶାସନିକ ଅନୁମତି ନେଇ ଆଗେଇ ଆସିଛି ଓଡ଼ିଆ ବ୍ୟାଙ୍କର୍ସ କ୍ଲବ୍‌ ।

କ୍ଲବ ତରଫରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଜିଏମ୍‌ ଭଗବାନ ଚାନ୍ଦ, ବିଶ୍ୱଜିତ ମହାନ୍ତି, ସାହିତ୍ୟିକ ଅଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ କୋଲକାତାର ସମାଜସେବୀ ରତ୍ନାକର ନାଥ, ବିଜୟ କର ସହ ଅନ୍ୟମାନେ ୨ଶହ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଯାହାକି ଏହି ଅସହାୟମାନେ ଏକ ସପ୍ତାହ ଚଳିବା ପାଇଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛ। ତୁରନ୍ତ ଏହି ଓଡ଼ିଆମାନଙ୍କୁ ସରକାରୀ ସ୍ତରରେ ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀମାନେ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ