PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଇଣ୍ଡିଆ ଗେଟ୍‌ ନିକଟରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ ୧୯/୧୨: ଓଡ଼ିଶାର ଜଣେ ୨୫ ବର୍ଷୀୟ ଯୁବକ ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ବୁଧବାର ଆତ୍ମଦାହ ଉଦ୍ୟମ କରିଛନ୍ତି । ତାଙ୍କ ନାମ କାର୍ତ୍ତିକ ମେହେର ବୋଲି ପୁଲିସ କହିଛି । ସନ୍ଧ୍ୟା ୬ଟା ୩୦ ବେଳେ ରାଜପଥରେ ଏହି ଘଟଣା ଘଟିଛି । ଯୁବକଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡିଯାଇଛି । ତାଙ୍କୁ ପୁଲିସ ଉଦ୍ଧାର କରି ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛି । ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ । ସେ ମାନସିକ ଭାବେ ଅସୁସ୍ଥ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଇଣ୍ଡିଆ ଗେଟ ନିକଟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା କରାଯାଉଥିଲା ବେଳେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କିନ୍ତୁ ବିକ୍ଷୋଭ ସହ ଏହି ଘଟଣାର କୌଣସି ସମ୍ପର୍କ ନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ସେଠାରେ ଉପସ୍ଥିତ କିଛି ଲୋକଙ୍କ କହିବାନୁଯାୟୀ ସମ୍ପୃକ୍ତ ଯୁବକ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି ।