PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ପୁଣି ଏକ ପ୍ରେମ କାହାଣୀକୁ ନେଇ ସିନେମା – ମୁଁ ତୁମକୁ ଭଲ ପାଏ

ପୁଣି ଏକ ପ୍ରେମ କାହାଣୀ । ଏଥିରେ ପ୍ରେମୀଯୋଡ଼ି ସାଜିଛନ୍ତି ମୁନ୍ନା, ସ୍ୱପ୍ନା ଓ ପ୍ରିୟଙ୍କା । ଏକ ତ୍ରିକୋଣୀୟ ପ୍ରେମ କାହାଣୀ । ଏମାନଙ୍କ ପ୍ରେମ ପଥରେ ଯେଉଁମାନେ ଫୁଲ ଅଥବା କଣ୍ଟା ବୁଣିବେ ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀତମ୍‌ ଦାସ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଜୀବନ ପଣ୍ଡା ଓ କେକେଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ଓଲିଉଡର ପ୍ରମୁଖ ପରିଚିତ କଳାକାର ।

ଜୟ ଅମ୍ବେ ପ୍ରଡକ୍ସନ୍ସ ବ୍ୟାନରର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଏଇ ଚଳଚ୍ଚିତ୍ରର କାହାଣୀ ରଚନା ସାଙ୍ଗକୁ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଅଶୋକ କୁମାର ଦାଶ । ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଉଛନ୍ତି ଏସ୍‌. ଦିଲ୍ଲୀପ ପଣ୍ଡା । ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଏବଂ ସୁନ୍ଦର ସୁନ୍ଦର ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ ।

ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌ ସାଗର, ଇରା ମହାନ୍ତି, ଦୀପ୍ତିରେଖା, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ସ୍ୱୟମ୍‌ ପାଢ଼ୀ, କୁଲଦୀପ୍‌ ଓ ସତ୍ୟଜିତ୍‌ ପ୍ରଧାନ । ବଡ଼ କଥା ହେଲା ଏହାର ନାୟକ ସାଜିଥିବା ମୁନ୍ନା ପୂର୍ବରୁ ‘ଦିୱାନା ହେଲି ତୋ ପାଇଁ’ ରେ ଅଭିନେତ୍ରୀ ରିୟାଙ୍କ ସହ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ପୁଣି ଥରେ ତାଙ୍କୁ ନାୟକ ଚରିତ୍ରରେ ସୁଯୋଗ ମିଳିଥିଲା ବେଳେ ତାକୁ ହାତ ଛଡ଼ା ନକରି ସେ ଦୁଇ ଦୁଇଜଣ ନାୟିକାଙ୍କ ନାୟକ ବନିଛନ୍ତି । ଏହି ସିନେମାର ମୁକ୍ତିଲାଭ ଆସନ୍ତା କାର୍ତ୍ତିକ
ପୂର୍ଣ୍ଣିମାରେ ହେବ ବୋଲି କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର