PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଓଡିଆ ବୋହୁ ବର୍ଷା ପ୍ରିୟଦର୍ଶିନୀଙ୍କର ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ କହିଲେ-ଶାଶୁଘରେ ଦେଉଥିଲେ ନିର୍ଯ୍ୟାତନା

ବେଙ୍ଗାଲୁର ୨୪।୧୨: ବେଙ୍ଗାଲୁରରେ ଓଡିଆ ବୋହୁ ବର୍ଷା ପ୍ରିୟଦର୍ଶିନୀଙ୍କର ହୋଇଛି ସନ୍ଦେହ ଜନକ ମୃତ୍ୟୁ।ବେଙ୍ଗାଲୁରରେ ଥିବା ବକିଲ୍‌ ମଙ୍ଗୋଲିଆରେ ବର୍ଷା ନିଜ ସ୍ୱାମୀ ଓ ୩ ବର୍ଷର ପୁଅ ସହ ରହୁଥିଲେ। ତେବେ ୨୧ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ବର୍ଷାଙ୍କ ପରିବାର ଲୋକ କହିଛନ୍ତି ।ବର୍ଷାଙ୍କ ସ୍ବାମୀ ରତିକାନ୍ତ ରଥ ବାଓକନ୍‌ କମ୍ପାନୀରେ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିଲେ ।

୨୧ ତାରିଖ ବିଳମ୍ବିତ ରାତିରେ ବର୍ଷା ଆତ୍ମହତ୍ୟା କରିବାର ତାଙ୍କ ଘର ଲୋକଙ୍କୁ ଦିଆଯାଇଥିଲ।  ବର୍ଷାଙ୍କ ଘର କୋଣାର୍କ ଥାନା ଅନ୍ତର୍ଗତ ଅମ୍ବିଲି ଗାଁରେ।   ବର୍ଷାଙ୍କ ମା’ଙ୍କ କହିବା ଅନୁସାରେ ତାଙ୍କ ଝିଅକୁ ଶାଶୁ, ଶଶୁର ଓ ସ୍ୱାମୀ ବହୁତ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି। ବର୍ଷାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଅଡିଓ ରେକର୍ଡିଂ ରହିଛି। ୨ ଦିନ ତଳେ ବର୍ଷା ତାଙ୍କ ସାନ ଭଉଣୀ ସହିତ ଫୋନରେ କଥା ହୋଇ ତାଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି କହିଥିଲେ। ଏବେ ସେ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ମଧ୍ୟ ଏହି ଅଡିଓରେ ଶୁଣିବାକୁ ମିଳିଛି। ଏପରିକି ବର୍ଷା ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ନେବେ ବୋଲି ମଧ୍ୟ ବର୍ଷା କହୁଥିଲେ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିନାହିଁ। ଆସନ୍ତା କାଲି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିବ। ଏହି ମାମଲାରେ ତାଙ୍କର ସ୍ବାମୀଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଇଛି ବୋଲି ଜଣାପଡିଛି। ଶାଶୁ-ଶ୍ବଶୁର ଓ ନଣନ୍ଦଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିଏସପି ନିର୍ଦେଶ ଦେଇଛନ୍ତି।