PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କରୋନାରେ ଓଡ଼ିଆ ଡାକ୍ତରଙ୍କ ଦେହାନ୍ତ

କୋଲକାତା,୧୮/୦୮: କାଶୀପୁରର ଇଚ୍ଛାପୁର ଗନ୍‌ସାଲ ଫାକ୍ଟ୍ରିରୁ ଅବସରପ୍ରାପ୍ତ ତଥା ପୁଣି ସେଠାରେ ଚୁକ୍ତିଭିତ୍ତିକଡାକ୍ତର ଭାବେ କାର୍ଯ୍ୟରତ ଡା. ଗଦାଧର ସାହୁଙ୍କ କରୋନାରେ ଗତ ୧୪ ତାରିଖରେ ମୃତ୍ୟୁ ହୋଇଯାଇଛି । ସ୍ୱାସ୍ଥ୍ୟ ନିୟମ ମାନି ପୌରସଭା ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଘର ଯାଜପୁର ଜିଲ୍ଲା ଖଣ୍ଡରା ଛକରେ । ତାଙ୍କ ପତ୍ନୀ ଓ ପୁତ୍ର ଗ୍ରାମକୁ ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁରେ ବଙ୍ଗ-ଉତ୍କଳ ସମାଜ ତରଫରୁ ଶୋକ ପ୍ରକାଶ କରାଯାଇଛି । କମ୍ବଧର ବେହେରା, ସପିର ମଜୁମଦାର, ପ୍ରଦୀପ ମିଶ୍ର, ମୀନକେତନ ବେହେରା, କୃଷ୍ଣଚନ୍ଦ୍ର ଧଳ ପ୍ରମୁଖ କର୍ମକର୍ତ୍ତା ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ଏପରିକି ଅବସର ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ପୁଣି ସେଠାରେ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ ଏହି ସ୍ୱନାମଧନ୍ୟ ଡାକ୍ତରଙ୍କୁ। ସେ କମ୍ପାନୀ କ୍ଲିନିକ୍‌ରେ ରୋଗୀ ଦେଖିବା ସହ ବସ୍ତିବାସିନ୍ଦାଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ । ହଠାତ୍‌ ଦୁଇ ସପ୍ତାହ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କରୋନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୫୪ରେ ଜନ୍ମଗ୍ରହଣ କରିଥିବା ଗଦାଧର ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ୍‌ରୁ ପାସ କରି ଚିକିତ୍ସକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ମୃତ୍ୟୁରେ କୋଲକାତାର ବହୁ ଓଡ଼ିଆ ସଂଗଠନର କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର