ଟ୍ରେନ୍‌ ଓ ବିମାନରେ ଓଡ଼ିଆ ଖାଦ୍ୟ ଦିଆଯିବାକୁ ଦାବି

ଭୁବନେଶ୍ୱର,୩୦/୯ : ଟ୍ରେନ୍‌ ଓ ବିମାନରେ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଓଡ଼ିଆ ଖାଦ୍ୟ ଦିଆଗଲେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ବୃଦ୍ଧି ହୋଇପାରିବ ବୋଲି ଜାପାନ କ୍ୟୋଟୋର ପର୍ଯ୍ୟଟକ ରାଷ୍ଟ୍ରଦୂତ କୁନା ଦାଶ କହିଛନ୍ତି । ଭାରତୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟକମାନଙ୍କ ବିକାଶ ଓ ଓଡ଼ିଆ ରୋଷେଇ ଉପରେ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହୋଇ ଆସନ୍ତା ସମୟରେ କିଭଳି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ ।


   ଭାରତୀୟ ପର୍ଯ୍ୟଟନ ବିଭାଗ ଭୁବନେଶ୍ୱରର ପରିଚାଳକ ରଶ୍ମୀ ସୋନିଆ ତିର୍କିଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନ ହୋଇଥିଲା । ଏଥିରେ ଇଣ୍ଡିଆନ୍‌ ମାଷ୍ଟର୍‌ ସେଫ୍‌ ତଥା ଓଡ଼ିଆ ରୋଷେଇ ରାଷ୍ଟ୍ରଦୂତ ଅଜୟ ସାହୁ ଓଡ଼ିଆ ଖାଦ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅଧିବେଶନରେ ଓଡ଼ିଶା ତଥା ଓଡ଼ିଶା ବାହାର ଏବଂ ଅନ୍ତର୍ଜାତୀୟସ୍ତରର ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ରୋଷେଇକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରିଥିଲେ । କରୋନା କଟକଣା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଆସିବାକୁ ବାରଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୱେବିନାର୍‌ ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ଓ ଏହାର ସୌନ୍ଦର୍ଯ୍ୟକୁ ଅବଗତ କରାଯାଉଛି । ଫଳରେ କଟକଣା କୋହଳ ହେବା ପରେ ସେମାନେ ଆସି ଏହାର ଲାଭ ଉଠାଇବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏଥିରେ ଅଂଶଗ୍ରହଣ କରି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


ଭୋଡାଫୋନ୍‌ ଆଇଡିଆ, ନାସ୍‌କମ୍‌ ଫାଉଣ୍ଡେସନ ପକ୍ଷରୁ ‘ମାଇଁଅମ୍ୱର’ ଆପ୍‌

ବଢ଼ିଲା ଓଜେଇଇ କାଉନସେଲିଂ ଆବେଦନ ସମୟ : ୩୧ ତାରିଖ ରାତି ୧୧ଟା ୫୯ ଯାଏ ପଞ୍ଜୀକରଣ ଓ ଚଏସ୍‌ ଲକିଂ

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ : ଆଜି-କାଲି ଭୋଟଭିକ୍ଷା କରିବେ ନବୀନ

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପ୍ରଥମ ଅଘଟଣ : ଫଟୋ ଉଠାଇବା ହେଲା କାଳ, ପରିବାର ସମ୍ମୁଖରେ ଭାସିଗଲେ ନାବାଳକ

ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ : ସ୍ବାମୀ ବିରୋଧ କରିବାରୁ ଚାକିରିରୁ ତଡ଼ି ଦେବାକୁ ଧମକ, ଢାବା ମ୍ୟାନେଜର ଗିରଫ

ଏହି ରୋୟାଲ ଫ୍ୟାମିଲିକୁ ଦରକାର ହାଉସକିପର, ଦରମା ବାବଦକୁ ମିଳିବ ୧୮.୫ ଲକ୍ଷ ଟଙ୍କା…