PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଜାତିସଂଘ ସାଧାରଣ ପରିଷଦରେ ଓଡ଼ିଆ ଝିଅ

ଭୁବନେଶ୍ୱର,୯ ।୩(ବ୍ୟୁରୋ): ବାଙ୍ଗାଲୋରର ବିଦ୍ୟାଶିଳ୍ପ ଏକାଡେମୀର ଅଷ୍ଟମ ଶ୍ରେଣୀରେ ପଢୁଥିବା ଓଡ଼ିଆ ଝିଅ ଅନିକା ମହାପାତ୍ର ଜାତିସଂଘର ସାଧାରଣ ପରିଷଦରେ କହିବାର ସୁଯୋଗ ପାଇଛନ୍ତି । ଅନିକା ଫିଜି ଦେଶର କିଛି ସମସ୍ୟା ଓ ତା’ର ସମାଧାନର କିଛି ଉପାୟ ବାବଦରେ ଆଲୋକପାତ କରିଥିଲେ । ଜାନୁଆରୀ ୩୦ରୁ ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ଜାତିସଂଘର ଏହି କାର୍ଯ୍ୟକ୍ରମ ଚାଲିଥିଲା । ପୃଥିବୀର ୭୦ ଦେଶରୁ ବଛା ବଛା ଛାତ୍ରଛାତ୍ରୀ ନ୍ୟୁୟର୍କ ଯାଇ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ଜାତିସଂଘର ସାଧାରଣ ପରିଷଦ ଓ ନିରାପତ୍ତା ପରିଷଦରେ କହିବାକୁ ସୁଯୋଗ ମିଳିଥିଲା ।
ଦ ୱାଲ୍ଡ୍‌ ଫେଡେରେସନ୍‌ ଅଫ୍‌ ୟୁନାଇଟେଡ୍‌ ନେସନ୍ସ୍‌ ଆସୋସିଏସନ୍ସ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦେଶର ସମସ୍ୟା ଉପରେ ଅଧ୍ୟୟନ, ଆଲୋଚନା, ତର୍ଜମା କରି ସମାଧାନ ଉପରେ ବିବରଣୀ ଦେବାକୁ କହିଥାଏ । ଏହା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆନ୍ତର୍ଜାତିକ ନାଗରିକ ଓ କୁଟନୀତିଜ୍ଞ ହେବା ପାଇଁ ଉତ୍ସାହ ଓ ପ୍ରେରଣା ଦିଏ ।
ଅନିକା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ରହୁଥିବା ସନ୍ଦୀପ ମହାପାତ୍ର ଓ ମୀନତିଙ୍କ ଜ୍ୟେଷ୍ଠା କନ୍ୟା । ସନ୍ଦିପ ଆଇବିଏମ୍‌ ଓ ମୀନତି ଫିଲିପ୍ସ୍‌ କମ୍ପାନୀରେ କାର୍ଯ୍ୟରତ । ଅଧ୍ୟୟନ ଛଡା ଅନିକା କଳା ଓ ଖେଳରେ ମଧ୍ୟ ରୁଚି ରଖୁଛନ୍ତି । ବିଭିନ୍ନ ଦଳଗତ ପ୍ରତିଯୋଗିତାରେ ରାଜ୍ୟ ତଥା ଦେଶ ପକ୍ଷରୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ସେହିପରି ସମୁଦ୍ରକୁ ଲମ୍ଫ ଦେବା, ଢେଉରେ ପହଁରିବା, ଭଳି ବିଭିନ୍ନ ବିପଦପୂର୍ଣ୍ଣ ଖେଳରେ ମଧ୍ୟ ଭାଗ ନେଇଛନ୍ତି ।