PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ: ଜାତୀୟ ଆମ୍ବାସାଡର୍‌ ସାଜିଲେ ଓଡ଼ିଆ ଝିଅ ଅନିତା ପାତ୍ର

ବ୍ରହ୍ମପୁର,୨୭/୦୭: ମୁମ୍ବାଇଠାରେ ରବିବାର ହୋଇଥିଲା ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ- ଗ୍ଲୋବାଲ୍‌ ଇଣ୍ଡିଆ ଡିଭାଇନ୍‌ ଫ୍ୟାସନ୍‌ ସୋ’ । ସେଥିରେ ବ୍ରହ୍ମପୁରର ଅନିତା ପାତ୍ରଙ୍କୁ ଜାତୀୟ ଆମ୍ବାସାଡାର୍‌ ଭାବେ ପ୍ରଦାନ କରାଯାଇଛି କ୍ରାଉନ୍‌, ସାର୍ଟିଫିକେଟ୍‌ ଓ ଅର୍ଥ ରାଶି । ବଲିଉଡ୍‌ ଅଭିନେତ୍ରୀ ଆରତୀ ନାଗପାଲଙ୍କ ସହ ର‌୍ୟାମ୍ପ୍‌ ୱାକ୍‌ ମଧ୍ୟ କରିଥିଲେ ଅନିତା । ଏଥିସହ ଫ୍ୟାସନ୍‌ ଜଗତରେ ଆଉ ଏକ ସଫଳତାର ପାହାଚ ଚଢି଼ଛନ୍ତି ସେ ।

ଗତ ଏପ୍ରିଲ୍‌ ୯ରେ ଦୁବାଇରେ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଆରତୀ ହାସଲ କରିଥଲେ ସ୍ପେକ୍ଟାକୁଲାର୍‌ ଆଇଜ୍‌ ଆୱାର୍ଡ । ପରେ ତାଙ୍କୁ ମିଳିଥିଲା ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ଅଫ୍‌ ଓଡ଼ିଶା ସମ୍ମାନ । ରବିବାର ତାଙ୍କ ସମ୍ମାନକୁ ଜାତୀୟସ୍ତରକୁ ଉନ୍ନିତ କରାଯାଇଛି । ମୁମ୍ବାଇ ଇଭେଣ୍ଟ୍‌ରେ ସମ୍ମାନିତ ଅତିଥି ଥିଲେ ବ୍ରହ୍ମପୁରର ଏହି ସୁନ୍ଦରୀ । ଅନିତାଙ୍କ କହିବା ପ୍ରକାରେ ସେ ଦୀର୍ଘ ଦିନର ପ୍ରୟାସ ତଥା ପ୍ରସ୍ତୁତିର ଗୋଟିଏ ପରେ ଗୋଟିଏ ଫଳ ମିଳୁଛି । ଅଭିନୟ ପ୍ରତି ସଉକ ରଖିଥିବା ଅନିତା ପାତ୍ରଙ୍କ ସମାଜସେବା କ୍ଷେତ୍ରରେ ମଧ୍ୟ ଝୁଙ୍କ ରହିଛି । ଓଡ଼ିଶା ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଶାଶୂ ଶ୍ୱଶୁରଙ୍କ ସମେତ ସ୍ୱାମୀ ଏସ୍‌.ରାମପ୍ରସାଦ ପାତ୍ର (ବ୍ୟବସାୟୀ)ଙ୍କ ସମର୍ଥନ ବଳରେ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି।