PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପୁନେରେ ଓଡ଼ିଆ ଯୁବତୀଙ୍କୁ ହତ୍ୟା

ପାତ୍ରପୁର/ବ୍ରହ୍ମପୁର, ୨୦ା୪(ବ୍ୟୁରୋ): ମାର୍ଚ୍ଚ ୧୧ରୁ ନିଖୋଜ ଥିବା କେ. ନୂଆଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ମହାରାଷ୍ଟ୍ର ପୁନେରେ ହତ୍ୟା । ଆଜି ସକାଳୁ ଯୁବତୀଙ୍କ ଶବ ପୁନେ କୋରେଗାଁଓ ଅଞ୍ଚଳର ଏକ ଘରୁ ଜବତ କରିଛି ମହାରାଷ୍ଟ୍ର ପୁଲିସ । ମୃତକ କେ.ନୂଆଗାଁ ଥାନା ବୀରଲକ୍ଷ୍ମୀ ନାରାୟଣପୁର ଗ୍ରାମର ପୀତାମ୍ବର ପ୍ରଧାନଙ୍କ ଝିଅ ପ୍ରିୟଙ୍କା (୨୧) । ପ୍ରିୟଙ୍କା କିଛି ଦିନ ହେଲା ଜଣେ ଯୁବକଙ୍କ ସହ କୋରେଗାଓଁରେ ଏକ ଭଡ଼ା ଘରେ ରହୁଥିଲେ । ଉକ୍ତ ଯୁବକ ଫେରାର୍‌ ହୋଇଯାଇଥିବା ବେଳେ ମହାରାଷ୍ଟ୍ର ପୁଲିସ କେ.ନୂଆଗାଁ ଥାନା ସହ ଯୋଗାଯୋଗ କରି ଅଭିଯୁକ୍ତକୁ ଚିହ୍ନଟ କରିଛି ।

ମାର୍ଚ୍ଚ ୧୧ରୁ ପ୍ରିୟଙ୍କା ନିଖୋଜ ଥିବା ଅଭିଯୋଗ ହୋଇଛି ଏବଂ ମିସିଂ ରିପୋର୍ଟ ଦାୟର ହୋଇଥିବା ଚିକିଟି ଏସ୍‌ଡିପିଓ ଏସ୍‌ ଏନ୍‌ ମୁର୍ମୁ ସୂଚନା ଦେଇଛନ୍ତି ।ଜାନୁଆରୀ ୨୫ରେ ପ୍ରିୟଙ୍କା ମହାଦେଈପୁର ଗ୍ରାମରେ ବିବାହ କରିଥିଲେ । ଶ୍ୱଶୁର ଘରେ ୧୫ ଦିନ ରହିବା ପରେ ସେ ଯୁକ୍ତ ତିନି ପରୀକ୍ଷା ଦେବା ପାଇଁ ଜରଡ଼ା ଥାନା ଅନ୍ତର୍ଗତ ତାଙ୍କ ମାମୁଘର ଦେସାରୀ ଗ୍ରାମକୁ ଯାଇଥିଲେ । ସେଠାରୁ ମାତ୍ର ୫ କିଲୋମିଟର ଦୂରରେ ସାମନ୍ତିଆପଲ୍ଲୀ ଭରତପତି କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ବୋଲି ପୁଲିସ ସୂଚନା ଦେଇଛି । ମାର୍ଚ୍ଚ ୧୧ରୁ ତାଙ୍କର ସନ୍ଧାନ ମିଳିନଥିଲା । ମାର୍ଚ୍ଚ ୧୨ରେ ତାଙ୍କ ଜେଜେ ବିପିନ୍‌ ପ୍ରଧାନ ଏ ସମ୍ପର୍କରେ କେ.ନୂଆଗାଁ ଥାନାରେ ଅଭିଯୋଗ ଆଣିଥିଲେ ।

ହତ୍ୟା ଘଟଣାର ତଦନ୍ତକାରୀ ଅଧିକାରୀ ତଥା ମହାରାଷ୍ଟ୍ର ଶିଖରପୁର ଥାନା ଇନ୍ସପେକ୍ଟର ସହଦେବ ସିଲାର୍‌ କହିଛନ୍ତି, ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ସହ ସେହି ଘରେ ରହୁଥିବା ଯୁବକ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶିଖରପୁର ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ପ୍ରିୟଙ୍କା ରହୁଥିବା ଘରେ ତିନି ଦିନ ହେଲା କବାଟ ପଡ଼ିଥିଲା । ଆଜି ସକାଳୁ ଘର ମାଲିକ ଖବର ଦେବା ପରେ ଶିଖରପୁର ଥାନା ପୁଲିସକୁ ରୋଷେଇ ଘରୁ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଗଳିତ ଶବ ମିଳିଥିଲା । ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରାଯାଇଛି ଏବଂ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି ଇନ୍ସପେକ୍ଟର ସିଲାର୍‌ ସୂଚନା ଦେଇଛନ୍ତି ।

କେ. ନୂଆଗାଁ ପୁଲିସ ସହଯୋଗରେ ମିଳିଥିବା ତଥ୍ୟରୁ ଜଣାଯାଇଛି, ଅଭିଯୁକ୍ତ ଯୁବକ ପ୍ରିୟଙ୍କାଙ୍କ ମାମୁଘର ଦେଶାରୀ ଗ୍ରାମର ବୋଲି ସେ କହିଛନ୍ତି । ଉକ୍ତ ଯୁବକଙ୍କ ସହ ପ୍ରିୟଙ୍କା ସେହି ଭଡ଼ା ଘରେ ରହୁଥିଲେ । ଘଟଣା ପରଠୁ ସେ ଫେରାର୍‌ ଥିବାରୁ ସେ ହିଁ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରୁଛି । ମହାରାଷ୍ଟ୍ର ପୁଲିସ ଓଡ଼ିଶା ଆସିବ । ସ୍ଥାନୀୟ ପୁଲିସ ସହଯୋଗରେ ଅଭିଯୁକ୍ତକୁ ଗିରଫ ଉଦ୍ୟମ କରିବ ବୋଲି ଶ୍ରୀ ସିଲାର କହିଛନ୍ତି ।

ସମ୍ବନ୍ଧିତ ଖବର