ରଜନୀକାନ୍ତଙ୍କ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା

ଭୁବନେଶ୍ୱର ୨୫/୯: କମାଲ କରିଛନ୍ତି ଓଡ଼ିଆ ଝିଅ । ରଜନୀକାନ୍ତଙ୍କ ଫିଲ୍ମରେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ତାମିଲ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିବ ଦେବାସ୍ମିତା ଅଭିନୟର ଝଲକ । ସବୁଠାରୁ ବଡ଼ କଥା ହେଉଛି³ ଏହି ଫିଲ୍ମରେ ତାମିଲ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବସ୍ମିତା ଜଣେ ବିଏସ୍‌ସି ଛାତ୍ରୀ । ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଫିଲ୍ମ ‘ଦରବାର’ ରିଲିଜ୍‌ ହେବ । ପ୍ରମୁଖ ଭୂମିକାରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନତାରା, ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ, ଦଲିପ ତହିଲ ଏବଂ ପ୍ରତୀକ ବକ୍ରରଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଏଆର୍‌ ମୁରୁଗାଡୋସ୍‌ ରହିଛନ୍ତି ।

ତେବେ ଓଡ଼ିଆ ଝିଅ ଦେବସ୍ମିତାଙ୍କ ଏହି ସଫଳତାକୁ ନେଇ ଖାଲି ଗଜପତି ଜିଲ୍ଲା ନୁହେଁ ବରଂ ସାରା ଓଡ଼ିଶା ଏଥିପାଇଁ ଗର୍ବିତ । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେବସ୍ମିତା ଅଂଶଗ୍ରହଣ କରିଥିଲାବେଳେ ‘ଦରବାର’ ତାଙ୍କ ପ୍ରଥମ ସିନେମା । ଦେବସ୍ମିତା ଓଡ଼ିଶୀ, କଥକ ସମେତ ଛଉ ସମ୍ବଲପୁରୀ, ଜାଜ୍‌, ସାଲ୍‌ସା ପ୍ରମୁଖ ନୃତ୍ୟ ବିଷୟରେ ଅଭିଜ୍ଞତା ହାସଲ କରିବା ସହ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରିଛନ୍ତି । ଦେବସ୍ମିତା ଯେତେବେଳେ ୩ ବର୍ଷର ହୋଇଥିଲେ ସେତେବେଳେ ଓଡ଼ିଶୀ ଶିଖିଲେ । ପରେ ଜାତୀୟସ୍ତରୀୟ ବିଭିନ୍ନ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଡ୍ୟାନ୍ସ ଦିୱାନେ’ ଏବଂ ‘ବୁଗି ୱିଗି’ରେ ଅଂଶଗ୍ରହଣ କରିଥିଲେ ।

ଗତ ବର୍ଷେ ହେବ ମୁମ୍ବାଇରେ ରହି ବଲିଉଡ କୋରିଓଗ୍ରାଫି ଶକ୍ତି ମୋହନଙ୍କ କର୍ମଶାଳାରେ ଯୋଗ ଦେଇଥିଲେ । ନିଜ ସ୍ୱପ୍ନକୁ ପୂରଣ କରିବାକୁ ଯାଇ ବିଭିନ୍ନ ନୃତ୍ୟ ଶୈଳୀକୁ ଆୟତ୍ତ କରିବା ସହ ଭବିଷ୍ୟତରେ ଜଣେ ଭଲ କୋରିଓଗ୍ରାଫର ଏବଂ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଟଲିଉଡରେ ଦୁଇଟି ସିନେମାର ଅଫର୍‌ ତାଙ୍କର ହାତରେ ରହିଛି³ ଯାହାର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌