PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଅନ୍‌ଲାଇନ୍‌ ପ୍ରେମିକକୁ ଧୋକା ଦେଲା ପ୍ରେମିକା: ଟଙ୍କା, ସୁନା ଓ ଲାପ୍‌ଟପ ନେବା ପରେ ବାହା ହେବାକୁ ମନା କଲେ ଅଭିନେତ୍ରୀ

ଭୁବନେଶ୍ୱର ୨୪/୧୨: ଅନ୍‌ଲାଇନ୍‌ରେ ଅଭିନେତ୍ରୀଙ୍କ ସହ ପରିଚୟ। ତା’ପରେ ଆରମ୍ଭ ହେଲା ପ୍ରେମ। ସମ୍ପର୍କ ଏତେ ବଢ଼ିଲା ଯେ, ମୁମ୍ବାଇରୁ ଭୁବନେଶ୍ୱର ପଳାଇ ଆସିଲେ ପ୍ରେମିକ। ଏଠି ଚାଲିଲା ଖୁଲୁମ୍‌ ଖୁଲା ପ୍ରେମ । ପ୍ରେମରେ ଅନ୍ଧ ହୋଇ ଅଭିନେତ୍ରୀଙ୍କୁ ୨ ଲକ୍ଷ ଟଙ୍କା, ସୁନା ଓ ଲାପ୍‌ଟପ ଦେଲେ। ପ୍ରେମିକଠୁ ଏ ସବୁ ପାଇବା ପରେ ଅଭିନେତ୍ରୀଜଣଙ୍କ ତାଙ୍କୁ ବାହା ହେବାକୁ ମନା କରିବା ସହ ଧମକଚକମ ଦେଲେ । ଏ ଭଳି ପ୍ରତାରଣାର ଶିକାର ଅଣଓଡ଼ିଆ ଯୁବକ ଜଣଙ୍କ ନ୍ୟାୟ ପାଇବା ପାଇଁ ବିଭିନ୍ନ ଆଡ଼େ ଧାଉଁଛନ୍ତି। ହେଲେ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏବେ ସେ ଡିସିପି ଓ କମିଶନରଙ୍କୁ ମେଲ୍‌ ଯୋଗେ ଘଟଣା ବିଷୟରେ ଜଣାଇଛନ୍ତି ।
  

ଅଭିଯୋଗ ମୁତାବକ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର ମୁମ୍ବାଇରେ ଚାକିରି କରନ୍ତି। ୨୦୧୮ ଅଗଷ୍ଟରେ ଶିବ ବିବାହ ପାଇଁ ପାତ୍ରୀ ଦେଖିବାକୁ ଏକ ମ୍ୟାଟ୍ରିମନିଆଲ୍‌ରେ ଆକାଉଣ୍ଟ ଖୋଲିଥିଲେ। ରାଜୁଙ୍କ ପ୍ରୋଫାଇଲ୍‌ ଦେଖି ତାଙ୍କୁ ଯୋଗାଯୋଗ କରିଥିଲେ ଓଲିଉଡ୍‌ର ଜଣେ ଅଭିନେତ୍ରୀ (୩୨ବର୍ଷ)। ଅଭିନେତ୍ରୀଙ୍କ ଘର ଯାଜପୁର ଜିଲ୍ଳାରେ। ଏହାପରେ ଉଭୟେ କିଛି ଦିନ ଫୋନ୍‌ରେ କଥା ହେଲେ। ଅଭିନେତ୍ରୀଙ୍କ ଦ୍ୱାରା ଅଭିନିତ ନୂଆ ଚଳଚିତ୍ର ରିଲିଜ ହେବା ବେଳେ ଶିବ କୁମାର ଓଡ଼ିଶା ଆସନ୍ତି। ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ସଂପୃକ୍ତ ଅଭିନେତ୍ରୀ ୨ଲକ୍ଷ ଟଙ୍କା ନେଇଥିଲେ। ଶିବ ଉକ୍ତ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍ସନ୍‌ କରିଥିଲେ। ଟଙ୍କା ଦେବାର କିଛି ଦିନ ପରେ ଦେଢ଼ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଦେଇଥିଲେ ଶିବ।

୨୦୧୯ ଅଗଷ୍ଟରେ ଶିବ ସଂପୃକ୍ତ ଅଭିନେତ୍ରୀଙ୍କୁ ବାହା ହେବା ପାଇଁ କହିଥିଲେ। ହେଲେ ଅଭିନେତ୍ରୀ ତାଙ୍କୁ ବାହା ଦେବାକୁ ସିଧା ମନା କରି ଦେଇଥିଲେ। ଫଳରେ ଶିବ ତାଙ୍କୁ ଦେଇଥିବା ଟଙ୍କା, ସୁନା ଓ ଲାପ୍‌ଟପ୍‌ ଫେରସ୍ତ ମାଗିଥିଲେ। ଏହାପରେ ଅଭିନେତ୍ରୀ ତାଙ୍କୁ ନିଜର ଅସଲ ଚେହେରା ଦେଖାଇଥିଲେ। ଶିବଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ। ଏପରିକି ତାଙ୍କୁ ଫୋନ୍‌ କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଘଟଣା ବିଷୟରେ ଅଭିଯୋଗ ପାଇଁ ମୁମ୍ବାଇର ଏକ ଥାନାକୁ ଯାଇଥିଲେ। ମୁମ୍ବାଇ ପୁଲିସ୍‌ ଶିବଙ୍କୁ ଓଡ଼ିଶା ଯିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଶିବ ଦୁଇ ଥର ଓଡ଼ିଶା ଆସି ନିରାଶ ହୋଇଥିଲେ। ତେଣୁ ମେଲ୍‌ ଯୋଗେ କମିଶନର ଓ ଡିସିପିଙ୍କୁ ଯୋଗାଯୋଗ କରିଥିଲେ । ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିବଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର