ଖାଇବା ପାଇଁ ଟଙ୍କା ନଥିବାରୁ ହିରିୟାନାରେ ଆତ୍ମହତ୍ୟା କଲେ ପ୍ରବାସୀ ଓଡିଆ ଶ୍ରମିକ

ଭୁବନେଶ୍ୱର – ହରିୟାନାରେ ଜଣେ ପ୍ରବାସୀ ଓଡିଆ ଶ୍ରମିକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବାଜପୁର ଗାଁ ର ଗଦାଧର ବିଶ୍ୱାଳ ଓ ତାଙ୍କ ସହିତ କିଛି ତାଙ୍କ ଗାଁ ଲୋକ ହରିୟାଣା ଯମୁନା ନଗରରେ ରହି କାମ କରୁଥିଲେ ।

ସାରା ଦେଶ ଲକ ଡାଉନ ହେବାରୁ କାମ ବନ୍ଦ ହୋଇଯିବାରୁ ସେମାନଙ୍କ ଆର୍ଥିକ ଦୂରାବସ୍ଥା ଦେଖା ଦେଇଥିଲା । ଏହାପରେ ସେମାନେ ଖାଇବା ପାଇଁ ଟଙ୍କା ନଥିବା କଥା ଏକ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନଙ୍କୁ ସେଠାରୁ ଆଣିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଗଦାଧର ମଙ୍ଗଳବାର ରାତିରେ ହରିୟାନାର ଯମୁନାନଗରରେ ରହୁଥିବା ସ୍ଥାନରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାମ…ଶ୍ରୀକ୍ଷେତ୍ରରେ ଗୋଶାଳା, ଭିକ୍ଷୁକ ଥଇଥାନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ