ହ୍ୟୁମାନ ସାଗରଙ୍କ କରୋନା ଗୀତକୁ ନେଇ ବିବାଦ … ବିରୋଧ କଲେ ସଂଗୀତଜ୍ଞ

ଭୁବନେଶ୍ୱର ୧୬-୦୩ :  କରୋନା ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ଆଉ ଏହି ଶବ୍ଦଟି ମଧ୍ୟ ଏବେ ଖୁବ୍‌ ଭାଇରାଲ । ସବୁଠି ଖାଲି କରୋନା କରୋନା…।  ଦେଶ ସାରା ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।  ଏଭଳି ଭିତରେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୀତକୁ ନେଇ ବିବାଦ ଘନେଇଛି ।

ସୂଚନା ମୁତାବକ ,  ଯେଉଁ ସମୟରେ କରୋନାକୁ ନେଇ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନର ସୂତ୍ର । ଲୋକେ ଖୁବ୍‌ ଭୀତତ୍ରସ୍ତରେ ଦିନ ବିତାଉଛନ୍ତି । ଗୋଟିଏ ପରେ ଗୋଟିଏ ଲୋକଙ୍କୁ କବଳିତ କରୁଛି କରୋନା ଭାଇରସ । ଆଉ ସେତିକି ବେଳେ ହ୍ୟୁମାନ ସାଗରଙ୍କ ଗୀତ ‘ଝିଅ ନୁହେଁ କୁ କରୋନା ଭାଇରସ’ ଗୀତକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଓଡ଼ିଶାର ନାମକରା ସଙ୍ଗୀତଜ୍ଞମାନେ ।

ସଙ୍ଗୀତଜ୍ଞ ସଂଗୀତା ଗୋସାଇଁ କହିଛନ୍ତି ଏହି ସମୟରେ ଏ ପ୍ରକାର ଗୀତ ନିନ୍ଦନୀୟ ।  ଏଭଳି ଗୀତ ଉଚିତ୍‌ ନଥିଲା ବୋଲି ମଧ୍ୟ କହିଛନ୍ତି ଆଉ ଜଣେ ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ପ୍ରଶାନ୍ତ ପାଢ଼ୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତକୁ ସର୍ବସମ୍ମୁଖରେ ବିରୋଧ କରିଛନ୍ତି ଏହି ସଙ୍ଗୀତଜ୍ଞମାନେ ।  

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର