PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ରାଜ୍ୟପାଳ ଗାଇଲେ ଗୀତ – ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ.. ଭିଡିଓରେ ଖର୍ଚ୍ଚ ହେବ ୧୫ ଲକ୍ଷ, ମ୍ୟୁଜିକ୍‌ ଭିଡିଓରେ ରହିବେ ମୁଖ୍ୟମନ୍ତ୍ରୀ


କଟକ,୨୮ା୨(ବ୍ୟୁରୋ): ଓଡ଼ିଶାର ପ୍ରଥମ ନାଗରିକ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଓଡ଼ିଆରେ ଗୀତ ଗାଇଛନ୍ତି । ଭୁବନଶ୍ୱେରର ଏକ ଷ୍ଟୁଡିଓରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ‘ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ’ ଗୀତରେ ରାଜ୍ୟପାଳଙ୍କ ଭଏସ୍‌ ରେକର୍ଡିଂ କରାଯାଇଛି । ବିଶିଷ୍ଟ ଗୀତିକାର ବସନ୍ତରାଜ ସାମଲଙ୍କ ଦ୍ୱାରା ରଚନା କରାଯାଇଥିବା ଆଜି ଏହି ଗୀତର କେବଳ ଟ୍ୟାଗ୍‌ ଲାଇନ୍‌ ‘ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ’ ଗାଇ ରାଜ୍ୟପାଳ ଖୁସିବ୍ୟକ୍ତ କରିଛନ୍ତି । ଏହି ଗୀତରେ ଓଡ଼ିଶାର ୧୪ ଜଣ ଆଗଧାଡ଼ିର କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ଏହି ଗୀତ ମ୍ୟୁଜିକ୍‌ ଭିଡିଓ ଭାବେ ଉତ୍କଳ ଦିବସରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି ।


ସୂଚନା ଅନୁସାରେ, କିଛି ଦିନ ତଳେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ରାଜ୍ୟପାଳଙ୍କୁ ଭେଟି ଓଡ଼ିଆ ଜାତି ପାଇଁ ତିଆରି ହୋଇଥିବା ଏହି ଗୀତରେ କଣ୍ଠଦାନ କରିବାକୁ ଅନୁରୋଧ କରିଥିଲେ । ଗୀତର ଲେଖା ଏବଂ ସ୍ୱର ଶୁଣିବା ପରେ କଣ୍ଠଦାନ କରିବାକୁ ରାଜ୍ୟପାଳ ରାଜି ହୋଇଥିଲେ । ସେହି ଅନୁସାରେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଗୀତର ରେକର୍ଡିଂ କରାଯାଇଛି ।

ଏହି ଗୀତରେ ଓଡ଼ିଶାର ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଲୋପାମୁଦ୍ରା, ଆଶୁତୋଷ, ଶଶାଙ୍କ, ପ୍ରଜ୍ଞା, ଦେବକୃପା, ସବିଶେଷ, ସୋନମ୍‌, ବିଶ୍ୱଜିତ, ଅଲ୍‌କା, ସମୀକ୍ଷା, ଶ୍ରୀୟା ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହାର ଭିଡିଓ ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ । ପାଖାପାଖି ୧୫ ଲକ୍ଷ ଟଙ୍କା ଏହି ଭିଡିଓ ପ୍ରସ୍ତୁତ କରାଯିବ । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ଏହି ଗୀତରେ କଣ୍ଠଦାନ କରିଥିବା ସମସ୍ତ କଣ୍ଠଶିଳ୍ପୀ ମଧ୍ୟ ଏହି ଭିଡିଓରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । ଆସନ୍ତା ଆଜି ଷ୍ଟୁଡିଓରେ ଏହି ଗୀତଟି ଗାଇବା ସହିତ ରାଜ୍ୟପାଳ ପ୍ରେମ ଆନନ୍ଦଙ୍କୁ ପ୍ରଶଂସା କରିବା ସହିତ ଏହି ଗୀତ ସାରା ବିଶ୍ୱକୁ ଝଙ୍କୃତ କରିବ ବୋଲି କହିଥିଲେ ।


ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ଏହି ଗୀତର ସ୍ୱର ଅତ୍ୟନ୍ତ ଚମତ୍କାର ହୋଇଛି । ଯାହାକୁ ଶୁଣି ସମସ୍ତେ ଆତ୍ମହରା ହୋଇପଡ଼ିବେ । କେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ଏହି ଗୀତ ଓଡ଼ିଆଙ୍କୁ ଗର୍ବିତ କରିବ । ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଥିଲେ ଯେ, ମୋର ପରମ ସୌଭାଗ୍ୟ ଆମ ରାଜ୍ୟପାଳ ଗୀତଟି ଗାଇଲେ । ଏହି ଗୀତ ସବୁ ବର୍ଗର ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।