ଜାପାନୀ ଜାହାଜରେ କରୋନା ରୋଗୀଙ୍କ ସହ ଫସିଛନ୍ତି ଓଡିଆ ଯୁବକ, ସାହାଯ୍ୟ ପାଇଁ କଲେ ନିବେଦନ

ବ୍ରହ୍ମପୁର, ୧୯|୦୨: ଜାପାନର ଏକ ଜାହାଜରେ ଜମେ ଓଡିଆ ଯୁବକ ଫସି ରହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଜାହାଜ ଫଶି ରହିଥିବାର କାରଣ ହେଉଛି ମାରାତ୍ମକ କରୋନା ଭାଇରସ। ଜାପାନ ଉପକୂଳରେ ଅଟକି ଥିବା ଏହି ଜାହାଜରେ ବ୍ରହ୍ମପୁରର ଯୁବକ ଶିବାଶିଷ ନାୟକ ଫସି ରହିଯାଇଛନ୍ତି।

ସୂଚନାନୁସାରେ,ଶିବାଶିଷ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ଜାହାଜ କ୍ରୁଜ୍ ଲାଇନର୍ ଡାଇମଣ୍ଡ ପ୍ରିନସେସରେ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଜାହାଜରେ ଥିବା ୩ହଜାର ୭୧୧ଜଣଙ୍କ ମଧ୍ୟରୁ ୪୫୪ଙ୍କ ଦେହରେ କରୋନା ଭାଇରସ ଥିବା ଜଣାପଡିଥିଲା। । ସେମାନଙ୍କୁ ପରୀକ୍ଷଣ ମଧ୍ୟ କରାଯାଇଥିଲା। ତେବେ ଶିବାଶିଷଙ୍କ ଠାରେ ଏହି ଭୂତାଣୁ ନଥିବା ସ୍ପଷ୍ଟ ହୋଇଥିଲା। ସେ କରୋନା ସଂକ୍ରମିତ ନହୋଇଥିଲେ ମଧ୍ୟ ତାଙ୍କୁ ଜାପାନ ସରକାର ଛାଡୁନାହାଁନ୍ତି। ସେ ୧୪ ଦିନ ହେଲା ଜାହାଜରେ ଅଟକି ରହିଛନ୍ତି।

ତେବେ ଶିବାଶିଷ କୌଣସି ଉପାୟ ନପାଇ ସରକାରଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ଭାରତ ସରକାରଙ୍କୁ ଶିବାଶିଷ କିପରି ନିରାପଦରେ ଘରକୁ ଫେରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା