PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୩ ମାସରେ ଓଡ଼ିଆ ବିଶ୍ବବିଦ୍ୟାଳୟ କାମ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଇତିମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି । ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ସହ ଟେଣ୍ଡର ପ୍ରକ୍ରିୟା ସାରି ଆସନ୍ତା ୩ ମାସ ମଧ୍ୟରେ ନିର୍ମାଣ କାମ ଆରମ୍ଭ ହେବ । ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସବ୍‌ କମିଟି ଗଠନ କରାଯାଇଛି । ସୁଆଣ୍ଡୋଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ସାରି ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ଗଢ଼ି ତୋଳିବାକୁ ନିଷ୍ପତ୍ତି ହୋଇଛି ।

ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ତ୍ୱରିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ବସିଥିଲା । ଏ ବୈଠକରେ ନିଷ୍ପତ୍ତି ହୋଇଛି, ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ପାଇଁ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ପାଇଁ ଗୁଣାତ୍ମକ ପୁସ୍ତକ, ଭାଷାର ବ୍ୟାପକ ବ୍ୟବହାର ଓ ନୂଆ ପିଢୀଙ୍କୁ ଓଡ଼ିଆ ଭାଷା ଆଡ଼କୁ ଆକର୍ଷିତ କରିବାକୁ ପଦକ୍ଷେପ ନିଆଯିବ ।

ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏହି କାମକୁ ତ୍ୱରିତ କରାଯିବ । ଏଥିପାଇଁ ଆନୁଷଙ୍ଗିକ କାମ ହାତକୁ ନିଆଯାଇଛି । ଭୁବନେଶ୍ୱର କଳାମଣ୍ଡପ ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତ ଭାବେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଓ ସଂଗୀତ ଆୟୋଜନ କରାଯାଉ । ଏହି କାର୍ଯ୍ୟକ୍ରମରେ ଟୁର ଅପରେଟର, ପର୍ଯ୍ୟଟକ ରହୁଥିବା ହୋଟେଲ ଗୁଡ଼ିକୁ ସାମିଲ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ପୁରୀରେ ଶ୍ରୀମନ୍ଦିର ଓ ମନ୍ଦିର ପାଖାପାଖି ଐତିହ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଜିତ କରି ଏକ ପ୍ରାତଃ ଐତିହ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ସ୍ଥିର ହୋଇଛି । ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ୧୦ଟି ବହି ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ୨୧ ଅନ୍ୟ ଭାଷାର ବହିକୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ବିଦେଶରେ କାର୍ଯ୍ୟ କରୁଥିବା ଓଡ଼ିଆ ସଂଘକୁ ଏଥିରେ ସାମିଲ କରିବାକୁ ସ୍ଥିର ହୋଇଛି ।

  ରାଜ୍ୟରେ ଥିବା ଜିଲ୍ଲା ପାଠାଗାରଗୁଡ଼ିକୁ ସ୍ମାର୍ଟ ପାଠାଗାରରେ ପରିଣତ କରାଯିବ । ତେଣୁ ପାଠାଗାରଗୁଡ଼ିକରେ ବ୍ରଡବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ସଂଯୋଗ ସହ ଅଧିକ ଟର୍ମିନାଲ ଓ କଂପ୍ୟୁଟର ଆଦିର ବ୍ୟବସ୍ଥା କରାଯିବ । ପ୍ରତି ଜିଲ୍ଲା ସ୍ମାର୍ଟ ପାଠାଗାରକୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ଲାଇବ୍ରେରୀ ସହ ସଂଯୁକ୍ତ କରାଯିବ । ଭର୍ଚୁଆଲ ଏକାଡମୀରେ ଏବେ ଦିନକୁ ୨୦୦ରୁ ଅଧିକ ବହି ଡିଜିଟାଇଜଡ୍‌ କରାଯାଉଛି । ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁସ୍ତକମେଳାର ଆୟୋଜନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ସହଜ ଓଡ଼ିଆ ଶିକ୍ଷା ପାଇଁ ପ୍ରସ୍ତୁତି, ଓଡ଼ିଆ ଭାଷାରେ ସରକାରୀ ଚିଠି ଲେଖିବା, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଏବଂ ସାତଲହଡ଼ି ମଠଠାରେ ରାଜ୍ୟସ୍ତରୀୟ ସମାରୋହ ପାଳନ ଏବଂ ଭାଗବତ ଟୁଙ୍ଗୀଗୁଡ଼ିକର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଥିଲା । 

 ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଏ କେ ମୀନା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଡ.ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଂଜନ କୁମାର ଦାସ , ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ