PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

‘ଏତେ ଭଲପାଏ ତତେ’… ଭିନ୍ନ ଧରଣର ଏକ ଓଡ଼ିଆ ୱେବ୍‌ସିରିଜ୍‌ରେ ନଜର ଆସିବେ ତମନ୍ନା

କଟକ ୦୧/୦୮: ଆସନ୍ତା ସୋମବାରରୁ ଶନିବାର ରାତି ସାଢ଼େ ୯ଟାରେ କେବଳ ତରଙ୍ଗ ଓ ତରଙ୍ଗ ପ୍ଲସ୍‌ରେ ନୂଆ କାହାଣୀ ‘ଏତେ ଭଲପାଏ ତତେ’ । ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଏନ୍‌ଡିପିଏସ୍‌ ପ୍ରଡକ୍ସନ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଛି ଏପରି ଏକ ଭିନ୍ନ ଧରଣର ୱେବ୍‌ସିରିଜ୍‌ । ଲିଡ୍‌ରେ ଅଛନ୍ତି ଜୟଜିତ୍‌, ତମନ୍ନା, ସମରେଶ । ଏମାନଙ୍କ ସହ ଭଗବାନ, ସୋମା ହୋତା, ଅଳକା, ସ୍ୱାଗତିକା, ମୁସ୍କାନ, ମିତାଲି(ପଞ୍ଜାବ), କେଦାର, ଗୁନା, ସୌମ୍ୟ, ପ୍ରଶାନ୍ତ, ବର୍ଷା, ଜିତୁ ମଙ୍ଗରାଜ, ସିମ୍‌ରନ, ଚାନ୍ଦିନୀ, ସୁଶ୍ରୀ ଓ ଈଷା ଅଭିନୟ କରିଛନ୍ତି ।

ସୋସିଆଲ୍‌ ମିଡିଆରେ ଦର୍ଶକ ଏହାର ପ୍ରମୋକୁ ପସନ୍ଦ କରିଥିଲା ବେଳେ କାହାଣୀଟି ପ୍ରେମିକ, ଝିଅ ଓ ଜଣେ ବାପାକୁ ନେଇ ଆଗଉଛି । ଏହାର ସଂଳାପ ଲେଖିଛନ୍ତି ବି. ଚନ୍ଦନ କୁମାର ଓ ନିଶାନ୍ତ ମାଜିଥିଆ । ସଙ୍ଗୀତ ଦେଇଛନ୍ତି ଶରତ ନାୟକ । ଗୀତ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଏବଂ ଗାଇଛନ୍ତି ଶଶାଙ୍କ ଶେଖର ଓ ସୋହିନୀ ମିଶ୍ର । କ୍ୟାମେରା ଭାର ସମ୍ଭାଳିଛନ୍ତି ସୁଦର୍ଶନ ସେନାପତି । ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଅମରଜିତ ଓଝା । ନିର୍ଦ୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି ।