ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଶ୍ରୀଦେବୀଙ୍କ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ପୁଅ ସତ୍ୟାର୍ଥ

ଭୁବନେଶ୍ୱର ୦୩/୧୨: ବଲିଉଡ୍‌ ଅଭିନେତ୍ରୀ ସ୍ୱର୍ଗତ ଶ୍ରୀଦେବୀଙ୍କ ଉପରେ ପୁସ୍ତକ ରଚନା କରି ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ ସତ୍ୟାର୍ଥ ନାୟକ । ତାଙ୍କ ରଚିତ ଶ୍ରୀଦେବୀ- ଦ ଏଟରନାଲ୍‌ ସ୍କ୍ରିନ୍‌ ଗଡେସ୍‌ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀ ଇଣ୍ଡିଆ ହାବିଟାଟ ସେଣ୍ଟର ଠାରେ ଅନୁଷ୍ଠିତ ଟାଇମ୍ସ ଲିଟ୍‌ ଫେଷ୍ଟରେ ଲୋକାର୍ପିତ ହୋଇଛି । କାର୍ଯ୍ୟକ୍ରମରେ ବଲିଉଡର ଅନ୍ୟତମ ସୁନ୍ଦରୀ ନାୟିକା ଦୀପିକା ପାଦୁକୋନ ଯୋଗଦେଇ ପୁସ୍ତକଟିକୁ ଲୋକର୍ପିତ କରିଥିଲେ । ଏଥିରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁର ଏବଂ ନିର୍ଦ୍ଦେଶକ ଗୌରୀ ସିନ୍ଦେ ଉପସ୍ଥିତ ଥିଲେ ।

ପୁସ୍ତକଟି ପେଙ୍ଗୁଇନ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ । ଏହା ଆମାଜନ୍‌ ସାଇଡ୍‌ରେ ବିକ୍ରି ହେଉଥିବାବେଳେ ଏହାର ଦାମ୍‌ ୫୩୯ ଟଙ୍କା ରହିଛି । ବହିର ମୁଖବନ୍ଧରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ବଖାଣିଛନ୍ତି ଆଉ ନାୟିକା କାଜଲ । ସେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ସିନେ ଜଗତର ସୁପର୍‌ଷ୍ଟାର୍‌ ନାୟିକାଙ୍କ ପାଇଁ ଏହି ଲେଖାଟି ଲେଖିଥବା କଥା ଟ୍ୱିଟ୍‌ କରି ଜଣାଇବା ସହ ବୋନି କପୁର, ସତ୍ୟାର୍ଥ ଏବଂ ପ୍ରକାଶନୀ ସଂସ୍ଥାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ସତ୍ୟାର୍ଥ ମେଗା ବଜେଟ୍‌ ଐତିହାସିକ ସିରିଏଲ୍‌ ‘ପୋରଷ’ର କାହାଣୀ ଲେଖିବାକୁ ଚୁକ୍ତିବଦ୍ଧ ହୋଇଥିଲେ । ନୂଆଦିଲ୍ଲୀରେ ରହୁଥିବା ସତ୍ୟାର୍ଥ ଜଣେ ଲେଖକ ଏବଂ ଚିତ୍ରନାଟ୍ୟକାର । ସେଣ୍ଟ୍‌ ଷ୍ଟିଫେନ୍ସରେ ଇଂରାଜୀରେ ମାଷ୍ଟର ଡିଗ୍ରୀ କରିଥିବା ସତ୍ୟାର୍ଥ ସିଏନଏନ୍‌-ଆଇବିଏନ୍‌ର ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୮ ମସିହାରେ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟଂ କରି ସେ ପ୍ରଶଂସିତ ଏବଂ ପୁରସ୍କୃତ ହୋଇଛନ୍ତି । ୨୦୧୪ ମସିହାରେ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରକାଶିତ ନଭେଲ ‘ଦି ଏମ୍ପେରର୍ସ ରିଡଲ୍ସ’ ବେଷ୍ଟ ସେଲିଂ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.