PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

MSME ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର: ଓଡ଼ିଶାର ୩୦ ଜିଲ୍ଲାରେ ଖୋଲିବେ ସ୍ୱତନ୍ତ୍ର ଏମ୍‌ଏସ୍‌ଏମ୍‌ଇ ପାର୍କ

ଭୁବନେଶ୍ୱର,୦୭/୦୮: ରାଜ୍ୟର ସୂକ୍ଷ୍ମ, ଲଘୁ ଓ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସମସ୍ତ ୩୦ ଜିଲ୍ଲାରେ ଖୋଲିବେ ସ୍ୱତନ୍ତ୍ର ଏମ୍‌ଏସ୍‌ଏମ୍‌ଇ ପାର୍କ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଇଡ୍‌କୋ । ଏହାଛଡ଼ା ରାଜ୍ୟରେ ୫ଟି ନୂଆ ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ଏବଂ ୫ଟି ମଲ୍‌ଟି ପ୍ରଡକ୍ଟ ପାର୍କ ମଧ୍ୟ ଖୋଲିବ । ଏହି ପାର୍କଗୁଡ଼ିକ ପ୍ରତିଷ୍ଠା ହେଲେ ଏମଏସଏମଇ କ୍ଷେତ୍ର ଅଧିକ ସଶକ୍ତ ହେବ ।

ନୂଆ ନିଯୁକ୍ତି ସହ ଉଦ୍ୟୋଗୀମାନେ ଲାଭବାନ ହେବେ ବୋଲି ସରକାର କହିଛନ୍ତି । ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ନେଇ ପ୍ରକିୟା ଆରମ୍ଭ କରିଛି ଇଡ୍‌କୋ । ଏଥିପାଇଁ ଜିଲ୍ଲାରେ ଜମି ଚିହ୍ନଟ ସହ କିଛି ସ୍ଥାନରେ କାମ ମଧ୍ୟ ଆରମ୍ଭ ହୋଇଛି । ଅନୁମତି ମିଳିବା ପରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ପାର୍କରେ ଜମି ପ୍ରଦାନ କରାଯିବ । ସେମାନେ ନିଜ ନିଜର ଉଦ୍ୟୋଗ ଆରମ୍ଭ କରିବେ । ଇଡ୍‌କୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୦ ଶିଳ୍ପାଞ୍ଚଳ ରହିଛି । ଇଡ୍‌କୋ ପାଖରେ ପର୍ଯ୍ୟାପ୍ତ ଜମି ମଧ୍ୟ ରହିଛି । ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବାରୁ ସବୁ ଜିଲ୍ଲାରେ ଯଥାଶୀଘ୍ର ଏ ପାର୍କ ଆରମ୍ଭ ହେବ ବୋଲି ଇଡ୍‌କୋ ସୂତ୍ରରୁ ସୂଚନା ମିଳିଛି ।

ଏହାଛଡ଼ା କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ବଲାଙ୍ଗୀର ଓ ବରଗଡ଼ରେ ୫ଟି ଖାଦ୍ୟ ପ୍ରକିୟାକରଣ ପାର୍କ ପାଇଁ ମଧ୍ୟ କାମ ଆରମ୍ଭ କରିଛି ଇଡ୍‌କୋ । ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ବଜାର ଚାହିଦା ଥିବାରୁ ଏବଂ ରାଜ୍ୟରେ ଯଥେଷ୍ଟ ପରିମାଣର କଞ୍ଚାମାଲ ଉପଲବ୍ଧ ହେଉଥିବାରୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏହାକୁ ଅଗ୍ରାଧିକାର ଦେଉଛି । ଏହାଛଡ଼ା ୫ଟି ମଲଟି ପ୍ରଡକ୍ଟ ପାର୍କ ପାଇଁ ମଧ୍ୟ ପ୍ରସ୍ତୁତି ଜୋର ଧରିଛି । କଟକର ରାମଦାସପୁର, ଖୋର୍ଦ୍ଧାର ଛତାବର, ସମ୍ବଲପୁର, କଳହାଣ୍ଡି ଓ ଗଞ୍ଜାମର ହିଞ୍ଜିଳିରେ ଏ ପାର୍କ ପ୍ରତିଷ୍ଠା ହେବ । ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ମଲଟି ପ୍ରଡକ୍ଟ ପାର୍କ ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚାଲିଛି ବୋଲି ଇଡକୋ ପକ୍ଷରୁ ସୂଚନା ମିଳିଛି ।

ଏ ସମସ୍ତ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ସହ କିଛି କାମ ଆରମ୍ଭ ହୋଇଛି । ଢେଙ୍କାନାଳରେ ଗୋଟିଏ ମେଡିକାଲ ପାର୍କ ପ୍ରତିଷ୍ଠାକୁ ସରକାର ଅନୁମୋଦନ କରିଛନ୍ତି । ହଜାରେ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏ ପାର୍କରେ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ନିବେଶକମାନେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି । ଉଲ୍ଳେଖଯୋଗ୍ୟ, ରାଜ୍ୟରେ ଏବେ ଏମ୍‌ଏସ୍‌ଏମ୍‌ଇ ସହ ଷ୍ଟାର୍ଟଅପ୍‌କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅନୁଗୁଳରେ ଆଲୁମିନିୟମ ପାର୍କ, ଡେରାସରେ ସିଫୁଡ୍‌ ପାର୍କ, ପାରାଦୀପରେ ପ୍ଲାଷ୍ଟିକ ପାର୍କ, ଭଦ୍ରକରେ ଟେକ୍ସଟାଇଲ ପାର୍କ ସହ ଇନଫୋଭାଲି-୨ରେ ପାର୍କ ପ୍ରତିଷ୍ଠା କାମ ଆଗକୁ ଆଗେଇଛି ।