ଇ-ବିଧାନ ସମ୍ପର୍କରେ ଅଧ୍ଯୟନ ପାଇଁ ହିମାଚଳ ପ୍ରଦେଶ ଗସ୍ତ କଲା ଓଡ଼ିଶା ବିଧାନସଭା ଗୃହ କମିିଟି

ଭୁବନେଶ୍ୱର ୨୩/୮: ଇ-ବିଧାନ ସମ୍ପର୍କରେ ଅଧ୍ଯୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡିଶା ବିଧାନସଭାର ଗୃହ କମିଟି ସିମଲାରେ ପହଞ୍ଚି ହିମାଚଳ ପ୍ରଦେଶ ବାଚସ୍ପତି ଶ୍ରୀ ରାଜୀବ ବିନ୍ଦଲଙ୍କୁ ସାକ୍ଷାତ କରିଛନ୍ତି । ଗୃହ କମିଟିକୁ ସିମଲାରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା ।

ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି କମିଟି ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବେ । ଉଭୟ ରାଜ୍ଯର ବାଚସ୍ପତିଙ୍କ ମଧ୍ୟରେ ବାର୍ତ୍ତାଳାପରେ କମିଟିର ସଦସ୍ୟ/ସଦସ୍ୟାମାନେ ହିମାଚଳ ପ୍ରଦେଶ ବିଧାନସଭା ବିଭିନ୍ନ ଶାଖା ପରିଦର୍ଶନ କରିଥିଲେ ଓ ଇ-ବିଧାନ ପ୍ରକଳ୍ପ କାର୍ଯ୍ୟକ୍ରମ ସମ୍ବନ୍ଧିତ ଆଲୋଚନା କରିଥିଲେ । ହିମାଚଳ ପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଥିବାବେଳେ କମିଟି ଏହାର ବିବରଣୀର ପ୍ରତ୍ଯକ୍ଷ ଅନୁଭୁତି ଲାଭ କରିଥିଲେ । ବିଧାନସଭାର ବିବରଣୀ, ପ୍ରଶ୍ନୋତ୍ତର, ବିଲ୍, ଆଇନ୍, ପ୍ରସ୍ତାବ, ଆଲୋଚନାର ସମସ୍ତ ସୂଚନା କିଭଳି ଅନଲାଇନରେ ଉପଲବ୍ଧ ହେଉଛି, ସେନେଇ ସେଠାକାର ସମ୍ପୃକ୍ତ ପଦାଧିକାରୀଙ୍କୁ ପଚାରି ବୁଝିଥିଲେ । କମିଟି ସଦସ୍ୟଙ୍କ ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ଯାହ୍ନ ଭୋଜନର ଆୟୋଜନ କରିଥିଲେ । ଏହି ଅବସରରେ ପାତ୍ର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକରୁଙ୍କ ସହ ଆଲୋଚନା କରିଥିଲେ ।

ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏଲୋକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ୍, ବିଧାୟକ ତାରାପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥି ଶତପଥି, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧିକାରୀ ଆଶିଷ ରଞ୍ଜନ ଖୁଣ୍ଟିଆ ସାମିଲ ଥିଲେ ।

   ସମ୍ବନ୍ଧିତ ଖବର


ସର୍ତ୍ତମୂଳକ ଜାମିନ ମିଳିଲା ଡେପୁଟି କଲେକ୍ଟରଙ୍କୁ

ବଜ୍ରପାତ ବେଳେ ମୋବାଇଲ୍‌ରେ କଥା ହେବା ହେଲା କାଳ ! ଚାଲିଗଲା ଯୁବକଙ୍କ ଜୀବନ

ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି