ମେ’ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ

କଟକ ୧୧।୫: ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେିତିବା ବେଳେ ଏବେ ପରୀକ୍ଷା ଫଳ ପ୍ରକାଶକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପୂର୍ବ ପ୍ରସ୍ତୁତି ଅନୁସାରେ ପାରକ୍ଷା ଫଳ ମେ’ ପ୍ରଥମ ସପ୍ତାହରେ ବାହାରିବାକୁ ଥିଲା। ମାତ୍ର ବାତ୍ୟା ଫୋନି ଓ ଇଣ୍ଟରନେଟ୍ ସେବା ବିପର୍ଯ୍ୟସ୍ତ ହୋଇଯିବାର ପରୀକ୍ଷା ଫଳ ମେ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି ବୋଲି ଅନୁମାନ କରାଯାଉଛି। ବୋର୍ଡ ସମ୍ପାଦକ ରାମାଶିଷ ହାଜାରଙ୍କ କହିବା କଥା, ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବାରୁ କମ୍ପ୍ୟୁଟରରେ କାର୍ଯ୍ୟ କରିହେଉନାହିଁ। ଫଳରେ କମ୍ପ୍ୟୁଟରରେ ମାର୍କ ଅପ୍ଡେଟ୍ କରିବା ସମ୍ଭବ ହେଉନହିଁ।

ସେହିପରି ଇଣ୍ଟରନେଟ୍ ନଥିବାରୁ ଫଳ ପ୍ରକାଶ କରିବାରେ ମଧ୍ୟ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଆସନ୍ତା ୧୪ତାରିଖରେ ପରୀକ୍ଷା କମିଟି ବୈଠକ ବସିବ। ଏହି ବୈଠକରେ ପରୀକ୍ଷା ଫଳ ପ୍ରକାଶନ ନିମନ୍ତେ ସମସ୍ତ ଆଲୋଚନା କରାଯିବା ସହିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହା ନିଧର୍ର୍ିଷ୍ଟ ଭାବେ ଘୋଷଣା କରାଯିବ ବୋଲି ଶ୍ରୀ ହାଜାର ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାଟ୍ରିକ୍‌ ସମେତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ଫେବ୍ରୁଆରୀ ୨୨ରୁ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହୋଇଥିଲା । ଏଥିପାଇଁ ମୋଟ ୨ ହଜାର ୯୫୩ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାଟ୍ରିକ୍‌ରେ ୨ ହଜାର ୮୩୦ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଏଥିରେ ୫ ଲକ୍ଷ ୭୨ ହଜାର ୬୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ପାଇଁ ୪୪ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ଓ ୭୯ଟି କେନ୍ଦ୍ରରେ ୧୨ ହଜାର ୧୨ ଜଣ ପରୀକ୍ଷାର୍ଥୀ ଏସ୍‌ଓଏସ୍‌ସି ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା । କାଁଭାଁ କେତୋଟି ଜିଲ୍ଲାରେ ଅଧିକ ଖାତା ଥିବାରୁ ସେଠାରେ ୭ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ପାଇଁ ସମୟ ଲାଗିଥିବା ବେଳେ ମାର୍କ ପୋଷ୍ଟିଙ୍ଗ ଓ ସଂଶୋଧନ ପାଇଁ ଆଉ ଗୋଟିଏ ଦିନ ଅର୍ଥାତ୍‌ ଏପ୍ରିଲ ୮ ତାରିଖ ଧାର୍ଯ୍ୟ ହୋଇଥିଲା । ଇତିମଧ୍ୟରେ ପରୀକ୍ଷା ଖାତା ଦେଖା ଓ ଆନୁଷଙ୍ଗିକ କାମ ଶେଷ ହୋଇଛି । ମାତ୍ର ଠିକଣା ସମୟରେ ଫୋନି ବାତ୍ୟା ସବୁ ବିଗାଡ଼ି ଦେଇଛି । ଫଳରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ଫଳ ପ୍ରକାଶ ପାଇପାରୁନାହିଁ ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା