PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନୂଆ କୃଷି ନୀତି ‘ସମୃଦ୍ଧି’କୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର ୧୮/୧୨: ନୂଆ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷି ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ନିଶ୍ଚିତ କରାଇବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ ‘ସମୃଦ୍ଧି’ ନାମରେ ‘ନୂଆ କୃଷି ନୀତି-୨୦୧୯’କୁ ମଞ୍ଜୁରି ଦେଇଛି। ଏଥିସହିତ ୮ଟି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ଲାଗିଛି। ଏହି ପ୍ରସ୍ତାବଗୁଡ଼ିକ ଭିତରେ ଭଲ କାମ କରୁଥିବା ଅଫିସର୍‌ଙ୍କୁ ବାଡ଼ ଡିଆଁ ପଦୋନ୍ନତି ଦିଆଯିବ। ରାଜସ୍ୱ ନୀରିକ୍ଷକ (ଆର୍‌ଆଇ) ଓ ଅମିନଙ୍କ ନିଯୁକ୍ତି ଓଡ଼ିଶା ସବ୍‌ଅଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ଏସ୍‌ସି) କରିବ। ପୁରୀ ସତ୍ୟବାଦୀ ବକୁଳବନ ପରିବର୍ତ୍ତେ ସତ୍ୟବାଦୀରେ ହିଁ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ହେବ। କ୍ୟାବିନେଟ୍‌ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

ନୂତନ କୃଷି ନୀତି-୨୦୧୯ ଅନୁସାରେ ମୁଖ୍ୟତଃ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ କୃଷି ଅଭିବୃଦ୍ଧିକୁ ନିଶ୍ଚିତ ନିରନ୍ତର, ସ୍ଥାୟୀ ଓ ବିସ୍ତାରିତ କରାଇବା। ଇଂରାଜୀ ଅକ୍ଷର ‘‘SAMRIDHI’ ’ କୁ ଆଧାର କରି ଯୋଜନାର ନାମ ସମୃଦ୍ଧି ରଖାଯାଇଛି। କୃଷି କ୍ଷେତ୍ରରେ ଥିବା ଅସୁବିଧାଗୁଡ଼ିକ ଦୂର କରିବା ସହିତ ସମ୍ବଳର ସୁବିନିଯୋଗ ଓ ବୈଜ୍ଞାନିକ ଜ୍ଞାନକୌଶଳର ଭରପୁର ବିନିଯୋଗ କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଜଳବାୟୁ ସହିତ ଖାପଖୁଆଇ କିଭଳି ଫସଲ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦ ପାଇଁ ଘରୋଇ ଓ ଆନ୍ତର୍ଜାତିକ ବଜାର ସୃଷ୍ଟି କରିବା ଓ ଏଥିପାଇଁ ଏକ ସ୍ୱଳ୍ପ ଏବଂ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବ। ଆନୁଷ୍ଠାନିକ କୃଷିକୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ। ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ ଓ ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦର ବିବିଧିକରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଧାନ ବଦଳରେ ଅର୍ଥ ଉପାର୍ଜନକାରୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦି ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି ।

ଏଣିକି ଦୃଷ୍ଟାନ୍ତମୂଳକ ଭଲ କାମ କରୁଥିବା ଅଫିସର୍‌ମାନଙ୍କୁ ବାଡ଼ ଡିଆଁ ପଦୋନ୍ନତି ଦିଆଯିବ। ସେମାନଙ୍କ ପଦୋନ୍ନତି କେବଳ ତାଙ୍କ ବ୍ୟାଚ୍‌ ଭିତରେ ସୀମିତ ରହିବ ନାହିଁ । ଆଜି ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି। ଓଡ଼ିଶା ବେସାମରିକ ସେବା (ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ-୨୦୧୯କୁ କ୍ୟାବିନେଟ୍‌ ମୋହର ମାରିଛି। ଏହି ପଦୋନ୍ନତି ପାଇବା ପାଇଁ ପ୍ରଥମ ଶ୍ରେଣୀ ଅଫିସର୍‌ଙ୍କ କ୍ଷେତ୍ରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି କରିବ। ସେହିଭଳି ଗ୍ରୁପ୍‌-ଏ କର୍ମଚାରୀଙ୍କ କ୍ଷେତ୍ରରେ ଉନ୍ନୟନ କମିଶନର ଏବଂ ଗ୍ରୁପ୍‌-ବି କର୍ମଚାରୀଙ୍କ ଅଗ୍ରାଧିକାର ପଦୋନ୍ନତି ପାଇଁ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ। ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ସେମାନଙ୍କ ବ୍ୟାଚ୍‌ କିମ୍ବା ଆବଣ୍ଟିତ ବର୍ଷକୁ ଡେଇଁ ପଦୋନ୍ନତି ଦିଆଯିବ।

ଆର୍‌ଆଇ, ଏଆର୍‌ଆଇ ଓ ଅମିନ ନିଯୁକ୍ତି ଏଣିକି ଆଉ ଜିଲ୍ଲାପାଳ କରିପାରିବେ ନାହିଁ। ଆଜି କ୍ୟାବିନେଟ୍‌ ଏହି କ୍ଷମତା ଓଏସ୍‌ଏସ୍‌ଏସ୍‌ସିକୁ ପ୍ରଦାନ କରିଛନ୍ତି। ନିଯୁକ୍ତି ସର୍ତ୍ତାବଳୀରେ ମଧ୍ୟ ସଂଶୋଧନ କରାଯାଇଛି। ଆର୍‌ଆଇ ପାଇଁ ଯୋଗ୍ୟତା ଗ୍ରାଜୁଏଟ୍‌ କରାଯାଇଥିବାବେଳେ ଏଆର୍‌ଆଇ ଓ ଅମିନ ପାଇଁ ଯୋଗ୍ୟତା ଯୁକ୍ତ ଦୁଇ କରାଯାଇଛି। ଉଭୟ ପରୀକ୍ଷା ପାଇଁ ଅଲଗା ଅଲଗା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏକ୍ଷେତ୍ରରେ ଥିବା ଶାରିରୀକ ପରୀକ୍ଷାକୁ ଉଠାଇ ଦିଆଯାଇଛି । ଓଡ଼ିଆରେ ଅତିକମ୍‌ରେ ସପ୍ତମ ଶ୍ରେଣୀ ପାସ୍‌ କରିବାକୁ ବାଧ୍ୟତାମୂଳକ ରଖାଯାଇଥିବାବେଳେ ଡିପ୍ଲୋମା, ଇଞ୍ଜିନିୟରମାନେ ଅମିନ ଓ ଏଆର୍‌ଆଇ ପରୀକ୍ଷା ଦେଇପାରିବେ ବୋଲି ଅନୁମତି ମିଳିଛି। ପୂର୍ବରୁ ଥିବା ସଟ୍‌ ଲିଷ୍ଟିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ସମସ୍ତଙ୍କ ପାଇଁ ପରୀକ୍ଷାର ଦ୍ୱାର ଉନ୍ମୁକ୍ତ ରଖାଯାଇଛି। ଏବେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ନେଗେଟିଭ୍‌ ମାର୍କିଂର ବ୍ୟବସ୍ଥା ରହିବ।

ସତ୍ୟବାଦୀରେ ହିଁ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳ। ରାଜ୍ୟ କ୍ୟାବିନେଟ୍‌ ଏଭଳି ନିଷ୍ପତ୍ତି ନେଇ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଏନେଇ ୨୦୧୮ ଜୁଲାଇ ୧୭ରେ ପୁରୀରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହାର ମୁଖ୍ୟାଳୟ ଭୁବନେଶ୍ୱରରେ ବକୁଳବନରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ବକୁଳବନର ଶୋଭାରଜିକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସରକାରୀ ଡିଗ୍ରୀ କଲେଜରେ ଓପିଏସ୍‌ସି ଜରିଆରେ ଅଧ୍ୟାପକ ନିଯୁକ୍ତି ପାଇଁ ବୟସ ସୀମା ୩୩ ବର୍ଷକୁ ବୃଦ୍ଧି କରାଯାଇ ୪୮ ବର୍ଷ କରାଯାଇଛି। ଏହି ସୀମା ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ସଂରକ୍ଷିତବର୍ଗଙ୍କ ପାଇଁ ସମାନୁପାତିକ ଭିତ୍ତିରେ ବୃଦ୍ଧି କରାଯାଇଛି। ଅବସର ବୟସସୀମା ଭିତରେ ହିଁ ଏହାକୁ ସୀମିତ ରଖାଯାଇଛି। ଏହି କୋହଳ ସୀମା ମାତ୍ର ଗୋଟିଏ ଥର ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ସଂଶୋଧିତ ନିୟମ ଅନୁସାରେ ପ୍ରାର୍ଥୀମାନଙ୍କ ପାଇଁ ପିଏଚ୍‌ଡି ବା ନେଟ୍‌ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଛି ।

ଢେଙ୍କାନାଳସ୍ଥିତ ପଲିଷ୍ଟର ସିଲାଇ କାରଖାନ ଓଡ଼ିଶା ସିନ୍ଥେଟିକ୍‌ ଲିମିଟେଡ୍‌କୁ ମେସର୍ସ ପଲି ଫାଇବର୍‌ ଲିମିଟେଡ୍‌ କିଣିବା ପରେ ଏହାର ସମ୍ପତ୍ତି ହସ୍ତାନ୍ତର ବାବଦ ଷ୍ଟାମ୍ପ ଦେୟକୁ କ୍ୟାବିନେଟ୍‌ ଆଜି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି। ମେସର୍ସ ପଲି ଫାଇବର୍ସ ୨,୧୫,୬୪,୬୪୮ ଟଙ୍କାର ଷ୍ଟାମ୍ପ ଶୁଳ୍କ ଦେବାକୁ ପଡ଼ିଥାନ୍ତା। ହାଇକୋର୍ଟ ଏହା ଛାଡ଼ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଆଜି କ୍ୟାବିନେଟ୍‌ ଗ୍ରହଣ କରିଛି ।

ଓଡ଼ିଶା ନ୍ୟାୟିକ ସେବା ଅଧିନିୟମ-୨୦୦୭କୁ ଆଜି କ୍ୟାବିନେଟ୍‌ ସଂଶୋଧନ କରିଛି। ଫଳରେ ସିଭିଲ୍‌ ଜଜ୍‌ ପଦବି ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସାମରିକ କର୍ମଚାରୀ ଓ ଏସ୍‌ଏସ୍‌ସି ଅଧିକାରୀଙ୍କ କ୍ଷେତ୍ରରେ ସର୍ବୋଚ୍ଚ ବୟସସୀମା ୫ ବର୍ଷ କୋହଳ କରାଯାଇଛି। ଏହିଭଳି ଭିନ୍ନକ୍ଷମ, ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି ବର୍ଗଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି। ବିଧାନସଭା ଛତ୍ରାବସାନକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି।