କ୍ୟାବିନେଟ୍ ବୈଠକ ଶେଷ: ଚାଷୀଙ୍କୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ମିଳିବ ଧାନ ବିକ୍ରି ଟଙ୍କା

ଭୁବନେଶ୍ୱର ୨୬।୯: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି ବୋଲି ସୂଚନା ମିଳିଛି ।

୨୦୧୯-୨୦ରେ ୬୦ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୪୧ ଲକ୍ଷ ଟନ୍ ଚାଉଁ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହରେ ପାକ୍ସ, ଲାମ୍ପ ସହ ଏସ୍ଏଚଜି ସାମିଲ ହେବେ। ସବୁଠୁ ମୁଖ୍ୟ କଥା ହେଲା କି ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ମିଳିବ। ପୂର୍ବରୁ ୭୨ ଘଣ୍ଟା ଭିତରେ ଚାଷୀଙ୍କୁ ମିଳୁଥିଲା ଧାନ ଟଙ୍କା।

ଏହା ସହିତ ୧୬୦ କୋଟି ଟଙ୍କା ବ୍ୟୟରେ ବରମୁଣ୍ଡା ବସଷ୍ଟାଣ୍ଡର ଆଧୁନିକୀକରଣ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ୨ବର୍ଷରେ ବସଷ୍ଟାଣ୍ଡ ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଠିକା ସଂସ୍ଥା ଜରିଆରେ ୫ ବର୍ଷ ଯାଏଁ ଏହାର ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ସ୍ବଳ୍ପ ସଞ୍ଚୟ ସଂସ୍ଥାର କାର୍ଯ୍ୟ ପରିସର ସଂଶୋଧନକୁ ଅନୁମୋଦନ ମିଳିଛି। ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା, ଡିବିଟି ଓ ଅଣନଗଦ କାରବାରରେ ନିୟୋଜିତ କରାଯିବାର ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି, ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି।

ଏଥିରେ ବାଲେଶ୍ବର ମେଡିକାଲ କଲେଜ ପାଇଁ ୧୪୪.୯୮ କୋଟି ଟଙ୍କା ଏବଂ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଭସାଣି ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ: ବେଆଇନ ମଦ କାରବାର ଆଡ୍ଡାରେ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ