ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ଦମ୍‌ ଦେଖାଇବ ବିଜେଡି: ସନ୍ଧ୍ୟାରେ ମେଗା ରୋଡ୍‌ ସୋ’ କରିବେ ନବୀନ, ୮ ଜାଗାରେ ଅଟକିବ ସୁପ୍ରିମୋଙ୍କ ଗାଡ଼ି

ଭୁବନେଶ୍ୱର,୧୬/୦୫: ମୋଦିଙ୍କ ଜନପଥ ରୋଡ୍‌ ସୋ’କୁ କାଉଣ୍ଟର କରିବାକୁ ଗୁରୁବାର ମେଗା ରୋଡ୍‌ ସୋ’ କରିବେ ନବୀନ । ଲୋକଙ୍କ ଭୋଟ୍‌ ଯେମିତି ଏ ପାଖ ସେ ପାଖ ନ ହେବ ସେଥିପାଇଁ ବଡ଼ ଯୋଜନା ହୋଇଛି । ରୋଡ୍‌ ସୋ’ ଜରିଆରେ ନିଜ ଦମ୍‌ ଦେଖାଇବାକୁ ବିଜେଡି ଜୋର୍‌ଦାର ପ୍ରସ୍ତୁତି କରିଛି । ସବୁ ଛକରେ ହୁଳହୁଳି ଓ ଫୁଲ ପକାଇ ନବୀନଙ୍କୁ ସ୍ୱାଗତ କରାଯିବ ।

ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଥମେ ଗଙ୍ଗନଗର ଛକରୁ ରୋଡ୍‌ ସୋ’ ବାହାରିବ । ଜନସଭାକୁ ସମ୍ବୋଧିତ କରିବା ସହ ଏଲଆଇସି ଛକ ଓ ଗୋପବନ୍ଧୁ ଛକ ହୋଇ ଆଗକୁ ବଢ଼ିବେ । ୬ଟା ୫୦ରେ ରୋଡ୍‌ ସୋ’ ଡିଏଭି ସ୍କୁଲ ଛକରେ ପହଞ୍ଚିବ । ସେଠାରେ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ରୋଡ୍‌ ସୋ’ ଏଚଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଓ ମମତାଜ ଅଲ୍ଲୀ ସ୍କୁଲ ହୋଇ ଶ୍ରୀକୃଷ୍ଣ କ୍ଲବ୍‌ ଛକରେ ପହଞ୍ଚିବ । ସେଠାରେ ନବୀନ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ । ଏଠାରୁ କଳିଙ୍ଗ ଷ୍ଟାଡିୟମ ଛକକୁ ଯିବ ରୋଡ୍‌ ସୋ’ ।

କଳିଙ୍ଗ ଷ୍ଟାଡିୟମ ଛକରେ ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ବାୟା ବାବା ମଠ ଲେନ୍‌ ହୋଇ ନିକୋ ପାର୍କ ଛକକୁ ଯିବେ । ବାୟା ବାବା ମଠ ଲେନ୍‌ରେ ଲୋକଙ୍କ ସମାଗମରେ ବକ୍ତବ୍ୟ ଦେବେ । ପରେ ରୂପାଲି ଛକ ଦେଇ ସତ୍ୟନଗର ଯିବେ । ସତ୍ୟନଗରରେ ଜନସଭାରେ ବକ୍ତବ୍ୟ ରଖିବେ । ଶ୍ରୀୟା ଛକ, ମାଷ୍ଟରକ୍ୟାଣ୍ଟିନ୍‌ ଓ ରାଜମହଲ ହୋଇ ସାଢ଼େ ୭ଟାରେ ଶିଶୁଭବନ ଛକରେ ପହଞ୍ଚିବେ । ଏଠାରେ ଲୋକଙ୍କୁ ଉଦ୍‌ବୋଧନ ଦେବେ । 

ନବୀନଙ୍କ ରୋଡ୍‌ ସୋ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାକୁ ସଫଳ କରିବାକୁ ତିନି ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟ ନିର୍ବାଚନମଣ୍ଡଳୀର ଅଧିକାଂଶ ୱାର୍ଡ ଓ ଅଞ୍ଚଳ ଦେଇ ନବୀନଙ୍କ ରୋଡ୍‌ ସୋ’ ଯିବ । ଏଥିପାଇଁ ଲୋକଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଲାଗି ପଡ଼ିଛନ୍ତି । ସବୁ ୱାର୍ଡରୁ ଲୋକଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସବୁ କର୍ପୋରେଟରଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ବାଜା ବଜାଇ ଓ ଫୁଲ ପକାଇ ମୁଖ୍ୟମନ୍ତ୍ରୀଙ୍କ ବସ୍‌କୁ ପାଛୋଟି ଆଣିବେ ।

କିଛି ଗଳି ଅଞ୍ଚଳ ଦେଇ ବସ୍‌ ଯିବାର ଥିବାରୁ ରାତିଅଧିଆ ଡେମୋ କରିଛି ପୁଲିସ । ନିଜେ ଡିସିପି ଉପସ୍ଥିତ ରହି ଡେମୋ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । କିଛି ସ୍ଥାନରେ ବ୍ୟାରିକେଡ୍‌ କରାଯିବ ।


  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.