କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୩୦/ ୧୧: କୋଭିଡ୍‌ ଟିକାକୁ ପ୍ରଦାନ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ। ଏନେଇ କ୍ୟାବିନେଟ ସଚିବଙ୍କ ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ସେ କହିଛନ୍ତି ଯେ, ଟିକା ପ୍ରଦାନ ନେଇ ଓଡ଼ିଶାରେ ତାଲିକା ପ୍ରସ୍ତୁତ ହୋଇ ସାରିଛି। ଏଥିପାଇଁ ବ୍ଲକ୍, ଜିଲ୍ଲା ଓ ରାଜ୍ୟ ସ୍ତରୀୟ କମିଟିର ବୈଠକ ହୋଇଛି। ଏତିସହିତ ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ୍‌ କରାଯାଇଛି ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଟିକା ଦେବାକୁ ୮,୩୦୦ ଜଣ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ୩୦ ହଜାର ସ୍ଥାନରେ ଟିକା ଦେବା ପାଇଁ ହୋଇଛି ବ୍ୟବସ୍ଥା। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ମିଳିବ ଟିକା। ଟିକାର ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।