PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରାଜ୍ୟରେ ପୁଣି ବଢିପାରେ ଲକଡାଉନ ! ଆଜି ସନ୍ଧ୍ୟା ସାଢେ ୬ଟାରେ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର, ୩୦/୦୫ : ରାଜ୍ୟରେ ପୁଣି ବଢିବ କି ଲକଡାଉନ ଅବଧି। ଆଜି ଲକଡାଉନ ଅବଧି ବୃଦ୍ଧିକୁ ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ ବୋଲି ସୂଚନା ମିଳିଛି।

 ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଢିଲାପଣ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ । ସଂକ୍ରମଣ ହାର ୫ ପ୍ରତିଶତକୁ ନ ଖସିବା ପର୍ଯ୍ୟନ୍ତ ରାଜ୍ୟରେ କଟକଣା କୋହଳ କରିବା ଠିକ୍‌ ନୁହେଁ । ମୃତ୍ୟୁ ସଂଖ୍ୟା ବି କମୁନି । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ । ତେବେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସମ୍ଭବତଃ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ହାରରେ ଖସୁଛି କିମ୍ବା ପଜିଟିଭ୍‌ ହାର ୧୦% ପାଖାପାଖି ଅଛି, ସେଠାରେ ଲକଡାଉନ କଟକଣା ସାମାନ୍ୟ କୋହଳ ହୋଇପାରେ ।

ତେଣୁ ଆଜି ମୁଖ୍ୟ ଶାସନ ସଚିବ କଣ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ରାଜ୍ୟର କୋଭିଡ୍ ସ୍ଥିତି ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ କହିବେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର । ଅପରାହ୍ନ ୪ଟା ୩୦ରେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେବେ ।