କୋଭିଡ୍ ମୁକାବିଲା – ଓଡ଼ିଶାକୁ ତୁରନ୍ତ ୩୦୦କୋଟି ଟଙ୍କା ଦିଆଯାଉ : ନବୀନ ପଟ୍ଟନାୟକ

ଭୁବନେଶ୍ୱର – କୋଭିଡ୍ ସ୍ଥିତି ନେଇ ଆଜି ଅର୍ଥାତ୍ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ କରୋନା ବଢ଼ୁଥିବାରୁ ଏନେଇ ଅଧିକ ପାଣ୍ଠି ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଆଲୋଚନାରେ ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ଦୈନିକ ଅଢ଼େଇ ଲକ୍ଷ ଟିକା ଦେବାକୁ ସକ୍ଷମ । ଏଣୁ ପର୍ଯ୍ୟାପ୍ତ ଟିକା ଓଡ଼ିଶା ପାଇଁ ଜରୁରୀ । ତୁରନ୍ତ ୩ ଶହ କୋଟି ଟଙ୍କା ଓଡ଼ିଶାକୁ ଦିଆଯାଉ । ECRPଯୋଜନା ଅଧିନରେ ଦ୍ୱିତୀୟ ଲହରୀ କୋଭିଡ୍ ମୁକାବିଲା ପାଇଁ ଏହି ଅର୍ଥ ଦିଆଯାଉ । ECRPରେ ୪୦୦ କୋଟି ଦାବି କରିଥିଲା ଓଡ଼ିଶା। ମାତ୍ର ରାଜ୍ୟକୁ ୧୪୬ କୋଟି ମିଳିଛି । ସଂକ୍ରମଣ ବଢ଼ୁଥିବାରୁ ଅଗ୍ରୀମ ୩୦୦ କୋଟି ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏସ୍ଡିଆର୍ଏଫ୍ ଗାଇଡଲାଇନ୍ରେ ଓଡ଼ିଶା ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି । କୋଭିଡ୍ ସଂପର୍କିତ ମୁକାବିଲାରେ ଏହି ଅର୍ଥ ବିନିଯୋଗ ହୋଇଛି । ଏହି ପାଣ୍ଠି ସୁବିଧା ଓଡିଶାକୁ ଜାରି ରହୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଆଜିର ଆଲୋଚନା ବେଳେ କହିଛନ୍ତି ନବୀନ ପଟ୍ଟନାୟକ ।