ଓଡିଶାର କରୋନା ମ୍ୟାପ୍‌ରେ ନୂଆ ଜିଲ୍ଲା ସାମିଲ: ନବରଙ୍ଗପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ୍, ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ବର ୨୩/୫: କରୋନା ଆଁରେ ଜିଲ୍ଲା ପରେ ଜିଲ୍ଲାକୁ ମାଡିଛି। ଆଜି ନୂଆ ଜିଲ୍ଲା ଭାବେ ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ପଞ୍ଝା ମାରିଛି। ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ଫଳରେ ରାଜ୍ୟରେ ୨୬ ଜିଲ୍ଲାକୁ କରୋନା ଛୁଇଁଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ଆଜି ଚିହ୍ନଟ ହୋଇଥିବା ୮୦ ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ହୋମ୍ କ୍ବାରେଣ୍ଟାଇନ୍‌ରେ ଦୁଇ ଜଣ ରହିଥିଲେ । ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ଆଜି ଚିହ୍ନଟ୍ ହୋଇଥିବା ୮୦ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୭ ଓ ଯାଜପୁର ୧୪, ସୁନ୍ଦରଗଡ଼, ନୟାଗଡ଼ ଓ ମାଲକାନଗିରୀ ଜିଲ୍ଲାରୁ ୫ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ବାଲେଶ୍ବର ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଦମାଳ ଜିଲ୍ଲାରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଆଜି କରୋନା ମ୍ୟାପରେ ନୂଆ ଜିଲ୍ଲା ଭାବରେ ନବରଙ୍ଗପୁର ଓ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। କଟକ ଓ ବଲାଙ୍ଗୀର ଜିଲ୍ଲାରୁ ବି ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୨୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ୪୩୬ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

ରାଉରକେଲାରେ ୨ ଡାକ୍ତରଙ୍କୁ କରୋନା

ଇଟାଲୀକୁ ଟପିଲା ଭାରତ: ୩ ଦିନରେ ୨୯ ହଜାରରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ଚିହ୍ନଟ

ବିଶ୍ୱରେ କରୋନା ସ୍ଥିତି ଅସମ୍ଭାଳ: ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା