ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

କଟକ, ୩୦/ ୧୧: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଓସିଏ ପୁଣି ଆରମ୍ଭ କରିବ ଘରୋଇ ଟି-୨୦ ଲିଗ୍। ଏହି ଟି-୨୦ ଲିଗ୍‌ ୬ଟି ଟମକୁ ନେଇ ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ କୁହାଯାଉଛି। ଏହି ଲିଗର ନାମ ଓଡ଼ିଶା କ୍ରିକେଟ୍‌ ଲିଗ୍‌ ବା ଓସିଏଲ ରହିବ। ଏଥିପାଇଁ ଆସନ୍ତା ୫ ତାରିଖରୁ ଖେଳାଳି ଚୟନ କରାଯିବ।

ଏହା ପୂର୍ବରୁ ଓସିଏ ରାଜ୍ୟରେ ଓଡ଼ିଶା ପ୍ରିମିୟର ଲିଗ୍‌ ନାମରେ ଏକ ଟି-୨୦ ସିରିଜର ଆୟୋଜନ କରିଥିଲା। ଓଡିଶା କ୍ରିକେଟ ଲିଗ୍ ବା ଓସିଏଲ୍ ନାଁରେ ଏହି ଟି ଟ୍ବେଣ୍ଟି ଆରମ୍ଭ କରାଯିବ। ସୋମବାର ଏନେଇ ଓସିଏର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୫ ତାରିଖରୁ ଏଥିପାଇଁ ଖେଳାଳୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟର ଶ୍ରେଷ୍ଠ ୮୪ ଜଣ ଖେଳଳୀଙ୍କୁ ନେଇ ଏହି ଲିଗ୍ ଆରମ୍ଭ କରାଯିବ। ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଏପରି ଟି -୨୦ ଲିଗ୍ ଆରମ୍ଭ କରାଯାଉଥିବା ଓସିଏ କହିଛି।ପୂର୍ବରୁ ବେଙ୍ଗଲ, ଆସାମ, ଝାଡଖଣ୍ଡ, କେରଳ ଓ ପୁଡୁଚେରୀରେ ଏଭଳି ଲିଗ୍ ଆରମ୍ଭ କରାଯାଇଛି।‌