PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ରାଜ୍ୟରେ ପ୍ରଥମ: କରୋନା ନେଲା ଡାକ୍ତରଙ୍କ ଜୀବନ

ହାରିଗଲେ ଡାକ୍ତର କୁଳମଣୀ ସୁନା

ସମ୍ବଲପୁର,୧୪/୦୮: ମହାମାରୀ କରୋନା ଆଜି ଗୋଟିଏ ଦିନରେ ସମ୍ବଲପୁର କୋଭିଡ୍‌ ହସପିଟାଲରେ ୨ଟି ମୁଣ୍ଡ ଗଡ଼ାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ରୋଗ ପ୍ରଥମ କରି ରାଜ୍ୟରେ ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦର ଇଏସ୍‌ଆଇ ଡାକ୍ତରଖାନାର କାର୍ଯ୍ୟରତ ଚିକିତ୍ସାଧିକାରୀ କୁଳମଣୀ ସୁନାଙ୍କ କରୋନାରେ ମୃତ୍ୟୁ ଘଟିଛି । ଏ ନେଇ ଉଭୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋନପୁର ଜିଲ୍ଲାର ଜଣେ ଯୁବକ ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ହୀରାକୁଦ ଇଏସ୍‌ଆଇ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର କୁଳମଣୀ ସୁନାଙ୍କ ନିଜ ଘର ସମ୍ବଲପୁର ସହରର ସନପଡ଼ାର। ପଡ଼ାରେ ଏହି ମହାମାରୀ ଭୟଙ୍କର ଭାବେ ବ୍ୟାପିଛି । ସଂକ୍ରମିତଙ୍କ ସଂଖ୍ୟା ତ୍ରିଶତକ ପାଖାପାଖି ପହଞ୍ଚିସାରିଛି । ସପ୍ତାହେ ତଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ତାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ଶ୍ୱାସରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲା ।

ଏଭଳି ସ୍ଥିତିରେ ଗତ ମାସ ଶେଷ ଆଡ଼କୁ ଡାକ୍ତର କୁଳମଣୀ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତାଙ୍କ ସ୍ୱାବ୍‌ ପରୀକ୍ଷା ପରେ ସେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତାଙ୍କୁ ଚଳିତ ମାସ ୨ ତାରିଖରୁ ସମ୍ବଲପୁର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶଶୀଭୂଷଣ ପଟେଲ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡାକ୍ତର କୁଳମଣୀ କିଡ୍‌ନି ରୋଗରେ ବି ଶିକାର ହୋଇଥିବା ନେଇ ଡାକ୍ତର ପଟେଲ ସୂଚନା ଦେଇଛନ୍ତି । ତେବେ, ତାଙ୍କ ମୃତ୍ୟୁ ରାଜ୍ୟରେ କରୋନା ଜନିତ ପ୍ରଥମ ଡାକ୍ତର ମୃତ୍ୟୁ ବୋଲି କୁହାଯାଉଛି । ଡାକ୍ତର କୁଳମଣୀ ଚାରି ଭାଇଙ୍କ ମଧ୍ୟରୁ ବଡ ଥିବା ବେଳେ ତାଙ୍କର ୨ଟି ଶିଶୁପୁତ୍ର ଅଛନ୍ତି । ମା’ଙ୍କର ସପ୍ତାହ ତଳେ ମୃତ୍ୟୁ ହୋଇଥିବା ବେଳେ ବାପା ଅବସରପ୍ରାପ୍ତ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ବାର୍ଦ୍ଧକ୍ୟରେ ଉପନୀତ।

ସେହିପରି ବୁର୍ଲା ମେଡିକାଲକୁ କିଛିଦିନ ତଳେ ଚିକିତ୍ସା ପାଇଁ ଆସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୋନପୁର ଜିଲ୍ଲାର ବିନିକା ବ୍ଲକର ଶଙ୍କରା ଗାଁର କଙ୍କ ତରିଆ(୪୫)ଙ୍କ ଆଜି ସମ୍ବଲପୁର କୋଭିଡ୍‌ ହସପିଟାଲରେ ମୃତ୍ୟୁ ହୋଇଥିବା ନେଇ ଆମ କୌଡିଆମୁଣ୍ଡା ପ୍ରତିନିଧିଙ୍କୁ ବିନିକା ଏବିଡିଓ ନିରଞ୍ଜନ ନାଏକ ସୂଚନା ଦେଇଛନ୍ତି । ତେବେ, ଉଭୟ ମରଶରୀରକୁ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ, ସମ୍ବଲପୁରସ୍ଥିତ ରାଜଘାଟରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ସିଡିଏମ୍‌ଓ ଡାକ୍ତର ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି ।