ଷ୍ଟିଭେନ୍‌ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସ

ଭୁବନେଶ୍ୱର : ଓଡ଼ିଶା ଏଫ୍‌ସି ଆସନ୍ତା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ପାଇଁ ଇଂଲିଶ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଡିଫେଣ୍ଡର ଷ୍ଟିଭେନ୍‌ ଟେଲରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛି । କ୍ଲବ୍‌ ପକ୍ଷରୁ ଷ୍ଟିଭେନ୍‌ଙ୍କ ସହ ବର୍ଷକ ପାଇଁ ଚୁକ୍ତି କରାଯାଇଛି । ଅନ୍ୟ ପକ୍ଷରେ ତାଙ୍କ ଚୁକ୍ତିକୁ ବୃଦ୍ଧି କରାଯିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍‌ଷ୍ଟର ଅଭିଜ୍ଞ ଷ୍ଟିଭେନ୍‌ଙ୍କୁ ସ୍ୱାଗତ କରିଛନ୍ତି ।

ସେ କହିଛନ୍ତି, ଷ୍ଟିଭେନ୍‌ଙ୍କ ଅଭିଜ୍ଞତା ଓ ନେତୃତ୍ୱ ଦକ୍ଷତା ଆମ ଯୁବ ଦଳକୁ ଉତ୍ସାହିତ କରିବ । ସେ ଜଣେ ଉଚ୍ଚକୋଟୀର ଡିଫେଣ୍ଡର ।’ଷ୍ଟିଭେନ୍‌ ୨୦୦୩-୦୪ ସିଜନରେ ଇଂଲଣ୍ଡର ନ୍ୟୁକାଷ୍ଟଲ ୟୁନାଇଟେଡ୍‌ ପକ୍ଷରୁ ସିନିୟରସ୍ତରର ଫୁଟବଲ୍‌ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକ ଦଶନ୍ଧୀ ଧରି ଇପିଏଲ୍‌ ଖେଳିଥିଲେ ।

 ୨୦୧୬ରେ କ୍ଲବ୍‌ ଛାଡ଼ି ଆମେରିକାର ପେସାଦାର କ୍ଲବ୍‌ ପୋର୍ଟଲାଣ୍ଡ ଟିମ୍ବର୍ସ ସହ ଯୋଗ ଦେଇଥିଲେ । ଇଂଲଣ୍ଡ ବି’ ଓ ୱିକମ୍ବ ଏଫ୍‌ସି, ଇପ୍‌ସ୍ୱିଚ୍‌ ଟାଉନ୍‌ ଏଫ୍‌ସି ଓ ପିଟରବୋରୋ ୟୁନାଇଟେଡ୍‌ ଏକ୍ସି କ୍ଲବ୍‌ ପକ୍ଷରୁ ଖେଳିଥିଲେ । ଓଡ଼ିଶା ଏଫ୍‌ସି ସହ ଚୁକ୍ତିବଦ୍ଧ ହେବା ପୂର୍ବରୁ ଷ୍ଟିଭେନ୍‌ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ ଫୋନିକ୍ସ ଏଫ୍‌ସି କ୍ଲବ୍‌ ଅଧିନାୟକ ଥିବାବେଳେ ଅଷ୍ଟ୍ରେଲିଆ ଏ’ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ  ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

IPL-2020: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍