PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କଳିଙ୍ଗ ଷ୍ଟାଡିୟମରେ ଜାମସେଦପୁରକୁ ହରାଇ ପ୍ରତିଶୋଧ ନେଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର ୨୮/୧୨: ଶୀତୁଆ ସନ୍ଧ୍ୟାରେ ୯ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ସମାଗମ ହୋଇଥିଲା କଳିଙ୍ଗ ଷ୍ଟାଡିୟମରେ । ଓଡ଼ିଶା… ଓଡ଼ିଶା କୋଳାହଳରେ ପୂରି ଉଠୁଥିଲା ସାରା ଷ୍ଟାଡିୟମ । ଘରୋଇ ଓଡ଼ିଶା ଏଫ୍‌ସି ପ୍ରଥମ ଘର ବାହୁଡ଼ା ମ୍ୟାଚକୁ ନେଇ ସମସ୍ତେ ଥିଲେ ଉତ୍ସାହିତ । ଯାହାକୁ ଘରୋଇ ଖେଳାଳିଙ୍କୁ ଏକ ଭିନ୍ନ ଉନ୍ମାଦନା ଯୋଗାଇଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଜାମସେଦପୁରକୁ ନାକେଦମ କରିଥିଲେ । ମ୍ୟାଚ୍‌ ଚିତାକର୍ଷକ ହୋଇଥିଲା । ଜାମସେଦପୁର ମଧ୍ୟ କିଛି କମ୍‌ ନଥିଲା । ପାଲଟା ଜବାବ ଦେଇଥିଲା । ତଥାପି ଆରିଦାନେ ଶାନ୍ତନା ଡବଲ୍‌ ଗୋଲ୍‌ ସ୍କୋର କରି ଦଳକୁ ୨-୧ ଗୋଲରେ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଓଡ଼ିଶା ଏଫ୍‌ସି ପ୍ରଥମ ଘର ବାହୁଡ଼ା ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ (୧୨) ଟେବୁଲ୍‌ରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଜାମେସେଦପୁର ବିପକ୍ଷରେ ସିଜନର ପ୍ରଥମ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି । ଯୁବ ଉଦୀୟମାନ ଘରୋଇ ଖେଳାଳି ଶୁଭମ ଷଡ଼ଙ୍ଗୀ ଏମର୍ଜିଂ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏବଂ ଡବଲ୍‌ ଗୋଲ ସ୍କୋର କରିଥିବାରୁ ଆରିଦାନେ ହିରୋ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ସିଜନରେ ଓଡ଼ିଶା ଏ ପର୍ଯ୍ୟନ୍ତ ମୋଟ୍‌ ୧୦ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ଏବଂ ୩ଟି ଡ୍ର’ ରଖି ମୋଟ୍‌ ୧୨ ପଏଣ୍ଟ ହାସଲ କରିଛି । ମ୍ୟାଚ୍‌ ପରାଜିତ ହୋଇଥିଲେ ବି ଜାମସେଦପୁର ପୂର୍ବଭଳି ୧୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ଭୁବନେଶ୍ୱରରେ ପ୍ରଥମ ଗୋଲ୍‌


ଚଳିତ ସିଜନରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଘରୋଇ ଗ୍ରାଉଣ୍ଡରେ ହିଁ ଘରୋଇ ଦଳ ପ୍ରଥମେ ଗୋଲ ଖାତା ଖୋଲିଥିଲା । ୨୮ତମ ମିନିଟ୍‌ରେ ସାଥୀ ଖେଳାଳିଙ୍କ ଚମତ୍କାର ପାସକୁ ଗୋଲ୍‌ରେ ପରିଣତ କରିଥିଲେ ଆରିଦାନେ । ଭୁବନେଶ୍ୱରରେ ଏହା ଥିଲା ପ୍ରଥମ ଗୋଲ୍‌ । ଓଡ଼ିଶା ଏଫ୍‌ସିର ତ୍ରୁଟି ଯୋଗୁ ୩୮ତମ ମିନିଟ୍‌ରେ ଜାମସେଦପୁର ଦଳକୁ ଏକ ପେନାଲ୍ଟି ସୁଯୋଗ ମିଳିଥିଲା । ଯାହାକୁ ଗୋଲ୍‌ରେ ପରିଣତ କରିଥିଲେ ଜାମସେଦପୁରର ଆଇଟର ମୋନରୟ ।

ସ୍ଥିତି ୧-୧ ହେବା ପରେ ଘରୋଇ ଖେଳାଳି ପୁଣି ସୁଯୋଗ ସୃଷ୍ଟି କରିବା ନେଇ ଉଦ୍ୟମ କରିଥିଲେ । ଶେଷରେ ୪୫ତମ ମିନିଟ୍‌ରେ ଦଳକୁ ସଫଳତା ମିଳିଥିଲା । ଆରିଦାନେ ଦ୍ୱିତୀୟ ଗୋଲ୍‌ ସ୍କୋର କରି ଦଳକୁ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲେ । ଇନ୍‌ଜ୍ୟୁରୀ ଟାଇମ ଗୋଲଶୂନ୍ୟ ରହିଥିଲା ।
ଦ୍ୱିତୀୟାର୍ଦ୍ଧ ଖେଳ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । କେହି କାହାଠୁ କମ୍‌ ନଥିଲେ । ୯୦ ମିନିଟ୍‌ ପର୍ଯ୍ୟନ୍ତ ଖେଳ ଗୋଲଶୂନ୍ୟ ରହିଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ରେ ଜାମସେଦପୁର ସେମିତି କିଛି ଚମତ୍କାର ଦେଖାଇ ପାରି ନଥିଲେ । ଶେଷରେ ଓଡ଼ିଶା ୨-୧ ଗୋଲରେ ମ୍ୟାଚ୍‌ ଜିତି ନେଇଥିଲା ।

୮ ଜଣଙ୍କୁ ୟୋଲୋ କାର୍ଡ
ମ୍ୟାଚ୍‌ ଆରମ୍ଭରୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ତେଣୁ ଶେଷ ପର୍ଯ୍ୟନ୍ତ ମୋଟ୍‌ ୮ ଜଣ ଖେଳାଳିଙ୍କୁ ମିଳିଥିଲା ୟୋଲୋ କାର୍ଡ । ଘରୋଇ ଓଡ଼ିଶା ଏଫ୍‌ସିର ସର୍ବାଧିକ ୬ ଜଣ ଖେଳାଳି ୟୋଲୋ କାର୍ଡ ପାଇଥିଲେ ।
ଘରୋଇ ପ୍ରଶଂସକଙ୍କୁ ଦେଖି ବହୁତ ଖୁସି: ଶୁଭମ
ଓଡ଼ିଶା-ଜାମସେଦପୁର ମ୍ୟାଚ୍‌ରେ ଥିଲେ ୯ ହଜାର ଦର୍ଶକ । ସମସ୍ତେ ଥିଲେ ଓଡ଼ିଶା ଏଫ୍‌ସିର ପ୍ରଶଂସକ । ଯାହାକୁ ନେଇ ଘରୋଇ ଖେଳାଳିମାନେ ବେଶ ଉତ୍ସାହିତ ଥିଲେ । ଆଉ ସେଭଳି ଖେଳ ମଧ୍ୟ ପ୍ରଦର୍ଶନ କରି ମ୍ୟାଚ୍‌ ଜିତି ନେଇଥିଲେ । ଯୁବ ତାରକା ଶୁଭମ କହିଥିଲେ, ଏତେ ସଂଖ୍ୟକ ଘରୋଇ ପ୍ରଶଂସକଙ୍କୁ ଦେଖି ବହୁତ ଖୁସି ଲାଗିଲା । ଏ ପର୍ଯ୍ୟନ୍ତ ଆମେ ବାହାରେ ଖେଳୁଥିଲୁ । କିନ୍ତୁ ପ୍ରଥମ ମ୍ୟାଚ୍‌ ଆମେ ଘରୋଇ ଭେନ୍ୟୁରେ ଘରୋଇ ପ୍ରଶଂସକଙ୍କ ସାମ୍ନାରେ ଖେଳିଲୁ ।”

ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟ୍ୱିଟ୍‌
ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ମ୍ୟାଚ୍‌ ଖେଳାଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଫୁଟବଲ ଗ୍ରାଉଣ୍ଡର କିଛି ଫଟୋ ପୋଷ୍ଟ୍‌ କରି ସୁନ୍ଦର ଟ୍ୱିଟ୍‌ କରିଥିଲେ । ସେ ଲେଖିଥିଲେ, ପୁଣି ଥରେ କଳିଙ୍ଗ ଷ୍ଟାଡିୟମ ସଜେଇ ହୋଇଛି ଆମର ନିଜ ଦଳ ଓଡ଼ିଶା ଏଫ୍‌ସିର ପ୍ରଥମ ଘରୋଇ ମ୍ୟାଚ୍‌ ପାଇଁ । ରେକର୍ଡ ସମୟରେ ଷ୍ଟାଡିୟମରେ ନିର୍ମାଣ ହୋଇ ପାରିଛି ଅନ୍ତର୍ଜାତୀୟ ମାନର ଫୁଟବଲ୍‌ ପଡ଼ିଆ । ଫୁଟବଲ୍‌ ପ୍ରଶଂସକଙ୍କୁ ସ୍ୱାଗତ, ଆମ ଘରୋଇ ଦଳକୁ ଚିୟର କରନ୍ତୁ ଏବଂ ମ୍ୟାଚ୍‌ର ରୋମାଞ୍ଚ ନିଅନ୍ତୁ ।”

ସମ୍ବନ୍ଧିତ ଖବର