‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି’ ସମ୍ବନ୍ଧରେ ଆଲୋଚନାଚକ୍ର, ଚଳଚ୍ଚିତ୍ର ପର୍ଯ୍ୟଟନ ପାଇଁ ବାଟ ଫିଟିବ

ଭୁବନେଶ୍ୱର,୨ା୪(ବ୍ୟୁରୋ): ଗୁଣାତ୍ମକ ଚଳଚ୍ଚତ୍ରିକୁ ପ୍ରୋତ୍ସାହନ ଦିଆଯିବ । ରାଜ୍ୟରେ ଚଳଚ୍ଚିତ୍ର ପର୍ଯ୍ୟଟନ ପାଇଁ ବାଟ ସୁଗମ ହେବ । ଫିଲ୍ମ ପାଇଁ ଓଡ଼ିଶାକୁ ସୁଟିଂ ସ୍ଥଳ ଭାବେ ପ୍ରତିଷ୍ଠା କରାଯିବ । ସିନେମା ହଲ୍‌ ସଂଖ୍ୟା ବୃଦ୍ଧି ପାଇବ । ଓଡ଼ିଆ ଚଳଚ୍ଚିତ୍ରର ୮୩ବର୍ଷର ଲମ୍ବା ଯାତ୍ରା ପରେ ରାଜ୍ୟରେ ଚଳଚ୍ଚିତ୍ର ନୀତି ଆରମ୍ଭ ହୋଇଛି । ହିତାଧିକାରୀମାନଙ୍କ ପାଇଁ ଏହା କିପରି ଉପଯୋଗୀ ହୋଇପାରିବ ସେନେେଇ ଏକ ରାଉଣ୍ଡ୍‌ ଟେବୁଲ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ଗଣମାଧ୍ୟମ ଓ ମନୋରଞ୍ଜନକୁ ନେଇ ଅଧିବେଶନ ଆୟୋଜନ କରାଯାଇଥିବାବେଳେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି’ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ଚଳଚ୍ଚତ୍ରି ଶଳ୍ପି ସହ ସଂଶ୍ଲଷ୍ଟି ବଶିଷ୍ଟି ବ୍ୟକ୍ତବିେିଶଷଙ୍କ ମତାମତ ଲୋଡା଼ ଯାଇଥଲିା । ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଲେ, ଏହା କେବଳ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ ଓ ସୁଦୃଢ଼ କରିବ ନାହିଁ ବରଂ ଚଳଚ୍ଚିତ୍ର ନୀତି ରାଜ୍ୟ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନିତିନ୍‌ ବି. ଜାୱଲେ କହିଛନ୍ତି, ଚଳଚ୍ଚିତ୍ର ନୀତି ଆସିବା ପରେ ଏ ବାବଦରେ ଅନେକ ଥର ଆଲୋଚନା ହୋଇଥିବାବେଳେ ଆଜି ପ୍ରଥମଥର ପାଇଁ ରାଉଣ୍ଡ୍‌ଟେବୁଲ୍‌ ସମ୍ମିଳନୀ ହୋଇଛି । ବହୁତ ଭଲ ପ୍ରତିକିୟ୍ରିା ମଧ୍ୟ ମିଳିଛି । ୨୫ ଏକର ଜାଗାରେ ପ୍ରଥମ ଫିଲ୍ମ ସିଟି ନିର୍ମାଣ କରିବାକୁ ଚାହୁଁଥିବା ନିବେଶକଙ୍କ ପାଇଁ ଲୋଭନୀୟ ରିହାତି ରହିଥିବାରୁ ଏନେଇ କିଛିି ନିବେଶକ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି ।

ଓଏଫ୍‌ଡିସି ଚେୟାରମ୍ୟାନ୍‌ କୁନା ତ୍ରିପାଠୀ କହିଛନ୍ତି, ଏହି ରାଉଣ୍ଡ୍‌ ଟେବୁଲ୍‌ ସମ୍ମିଳନୀରେ ସାମିଲ ହୋଇଥିବା ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିଙ୍କୁ ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ଦିଆଯାଇଛି । ଏହା ବାବଦରେ ଯାହାର ଯାହା ମତାମତ ଅଛି, ୧୫ଦିନ ମଧ୍ୟରେ ଜଣେଇବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି । ଫଳସ୍ୱରୂପ ଏହା ଓଡ଼ିଆ ଚଳଚ୍ଚିତ୍ରର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି । ଫିକି, ଓଡ଼ଶିା ରାଜ୍ୟ ପରଷିଦର ଉପାଧ୍ୟକ୍ଷା ମୋନିକା ନାୟର ପଟ୍ଟନାୟକ ବକ୍ତବ୍ୟରେ ଚଳଚ୍ଚିତ୍ର ନୀତିର କାର୍ଯ୍ୟକାରିତା ବାବଦରେ ମତ ରଖିଥିଲେ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ସଞ୍ଜୟ ସୁରି, ହିମାଂଶୁ ଧନୁକାଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଚଳଚ୍ଚିତ୍ର ପ୍ରଯୋଜକ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଓଡ଼ିଆ ଏବଂ ଓଡ଼ିଶା ବାହାରର ପ୍ରଯୋଜକ, ସିନେ ଚାମ୍ବର୍ସ ଓ ଚଳଚ୍ଚିତ୍ର ପ୍ରଯୋଜକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଗାଇଡ୍‌ଲାଇନ୍‌ରେ ଥିବା କିଛି ଦିଗ ବାବଦରେ ସଂଶୋଧନ ପାଇଁ ମତ ରଖିଥିଲେ । ଏହାର ଉତ୍ତର ଦେବା ସହ ମତାମତକୁ ଗ୍ରହଣ କରି ଏହା ଉପରେ ବିଚାରବିମର୍ଶ ସହ ଚଳଚ୍ଚିତ୍ର ନୀତିକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଫିକିର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ ।

   ସମ୍ବନ୍ଧିତ ଖବର


ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…